ପୁଣି ଥରେ ଚର୍ଚ୍ଚାରେ ବିଧାୟକ ସୁର ରାଉତରାୟ

କଟକ: ପୁଣି ଥରେ ଚର୍ଚ୍ଚାକୁ ଆସିଲେ ବିଧାୟକ ସୁର ରାଉତରାୟ। ବେଶ୍ ବିନ୍ଦାସ୍ ଢଙ୍ଗରେ ସୁର ପୁଣି ଥରେ ଗୀତ ଗାଇ ଜଣାଇ ଦେଇଛନ୍ତି ଯେ ସଙ୍ଗୀତ ପାଇଁ ବୟସ ବାଧକ ନୁହେଁ। ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜଟଣୀ ବିଧାୟକ ସୁର ରାଉତରାୟ କଟକର ଏକ ଷ୍ଟୁଡ଼ିଓରେ ପହଞ୍ଚି ଗୀତ ଗାଇଛନ୍ତି। ଯାହା କିଛି ଭଲ ମେସେଜ ଦେଉଛି। ଗୀତର ମୁଖ୍ୟାଂଶ ହେଉଛି ସୁନାର ବାପା। ଅର୍ଥାତ୍ ପରିବର୍ତ୍ତିତ ସମାଜରେ ପିତା-ପୁତ୍ର ଭିତରେ ସମ୍ପର୍କ କେମିତି ରହିବା ଉଚିତ୍।
ନିକଟରେ ସୁର ରାଉତରାୟ ଗୀତ ଗାଇ ଏକ ପ୍ରକାର ଚହଳ ସୃଷ୍ଟି କରିଥିଲେ। ସେତେବେଳେ ପପୁଲାର ଗୀତ ରଙ୍ଗବତୀ ସହିତ ଭିନ୍ନ ମେସେଜ୍ ଦେଇଥିଲେ ସୁର। ଆଉ ଏଥର ସୁନା ବାପା ନାଁରେ ଲୋକଙ୍କ ପାଖକୁ ଆସିଛନ୍ତି ସୁର। ଯାହାର ଗୀତ ଲେଖିଛନ୍ତି ତପୁ ରାଉତ ଏବଂ ସଙ୍ଗୀତରେ ସଜାଇଛନ୍ତି ଜାପାନୀ ଭାଇ। କେବେ ବିବାଦୀୟ ବୟାନ ତ ପୁଣି କେବେ ହାସ୍ୟାତ୍ମକ କଥା, ଏ ସବୁ ସୁର ରାଉତଙ୍କୁ ବେଶ୍ ପ୍ରସିଦ୍ଧି ଆଣିଦେଇଛି। ହେଲେ ସଙ୍ଗୀତ ଜଗତରେ ସୁର ପାଦ ରଖିବା ହୁଏତ ଆଉ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ ବୋଲି କୁହାଯାଇପାରେ।