କୋଭାକ୍ସିନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନକୁ ମିଳିଲା ଅନୁମତି। ସ୍ବଦେଶ ପ୍ରସ୍ତୁତ କୋଭାକ୍ସିନକୁ ଭାରତରେ ଅନୁମତି ମିିଳିଛି। ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ ହେଉଛି କୋଭାକ୍ସିନ୍। ଗତକାଲି ଭାରତରେ ଟିକାକରଣ ନେଇ ଅକ୍ସଫୋର୍ଡ ଟିକା କୋଭିସିଲ୍ଡକୁ ମିଳିଥିଲା ଅନୁମତି ଆଜି ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ ଅନୁମତି ମିଳିଥିବା ଜାତୀୟ ଗଣମାଧ୍ୟମରେ ଖବର।
ଗତକାଲି ବସିଥିବା ବିଶେଷଜ୍ଞ କମିଟି ବୈଠକରେ ୩ଟି ଟିକା-ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ (ଅକ୍ସଫୋର୍ଡ ଟିକା), କୋଭାକ୍ସିନ ଓ ଫାଇଜରକୁ ବିଚାରକୁ ନିଆଯାଇଥିଲା। ଏହି ୩ଟି ମଧ୍ୟରୁ କେବଳ କୋଭିସିଲ୍ଡକୁ ଅନୁମତି ଦିଆଯାଇଥିଲା। ଆଜି କୋଭାକ୍ସିନକୁ ଜରୁରୀ ବ୍ୟବହାର ଲାଗି ଅନୁମତି ମିଳିଛି।
ପ୍ରକାଶ ଯେ, ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଯୋଜନା କରୁଛନ୍ତି। ଏହି ୩୦ କୋଟି ଲୋକ ହେଉଛନ୍ତି ବିଭିନ୍ନ ଅଗ୍ରାଧିକାର ତଥା ଦୁର୍ବଳ ବର୍ଗର ଲୋକ ଯେପରିକି ସ୍ବାସ୍ଥ୍ୟକର୍ମୀ, ପୁଲିସ କର୍ମଚାରୀ,ବୟସ୍କ ବ୍ୟକ୍ତି, ଅନ୍ୟ ରୋଗଥିବା ବ୍ୟକ୍ତି।