Odisha Link
Bridging the Missing Links in Odisha

ବିଶାଖାପାଟଣା-ନିଜାମୁଦ୍ଦିନ ଏକ୍ସପ୍ରେସ୍‌ ‌୫ ଦିନ ବାତିଲ୍

ସମ୍ବଲପୁର: ବିଶାଖାପାଟଣା-ନିଜାମୁଦ୍ଦିନ ଏକ୍ସପ୍ରେସ୍‌ ‌୫ ଦିନ ଯାଏଁ ବାତିଲ୍। ୦୨୮୮୭/୦୨୮୮୮ ନମ୍ବର ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ଭାୟା ରାୟଗଡ଼ା, ଟିଟିଲାଗଡ଼ ସ୍ବତନ୍ତ୍ର ଟ୍ରେନ୍ ବାତିଲ ନେଇ ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଅନ୍ତର୍ଗତ ଡୋଙ୍ଗରଗଡ଼ ଷ୍ଟେସନ୍‌ରେ ନିରାପତ୍ତାଜନିତ ଆଧୁନିକୀକରଣ କାର୍ଯ୍ୟ (ତୃତୀୟ ଲାଇନ୍‌ କମିସନିଂ) ଯୋଗୁଁ ଏହି ଟ୍ରେନ୍‌ ୫ରୁ ୯ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାରୁ ଓ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ନିଜାମୁଦ୍ଦିନ୍‌ରୁ ପ୍ରସ୍ଥାନ କରିବ ନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.