Odisha Link
Bridging the Missing Links in Odisha

ଆଜିଠୁ ଖୋଲିଲା ଗଞ୍ଜାମ ଜିଲ୍ଲାର ସବୁ ମନ୍ଦିର

ବ୍ରହ୍ମପୁର: କରୋନା କଟକଣା ଭିତରେ ଆଜିଠୁ ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିଛି। ଗତକାଲି ମା’ ତାରାତାରିଣୀଙ୍କର ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲା ଯାଇଥିବା ବେଳେ ଆଜି ସକାଳୁ ଖୋଲିଛି ମା’ ବୁଢ଼ି ଠାକୁରାଣୀ ମନ୍ଦିର। ଶୃଙ୍ଖଳିତ ଦର୍ଶନ ପାଇଁ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ଶ୍ରଦ୍ଧାଳୁମାନେ ମନ୍ଦିରରେ ପ୍ରବେଶ କରି ପୂଜାର୍ଚ୍ଚନା କରୁଛନ୍ତି। ତେବେ ଗର୍ଭଗୃହକୁ ପ୍ରବେଶ ଉପରେ କଟକଣା ରହିଛି। ଶ୍ରଦ୍ଧାଳୁମାନେ କୋଭିଡ୍ କଟକଣା ମାନି ମନ୍ଦିରରେ ପ୍ରବେଶ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି। ଆଜି ସୋମବାର ଥିବାରୁ ବିଶେଷ କରି ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

 କରୋନା ଯୋଗୁଁ ଦୀର୍ଘ ୯ ମାସ ଧରି ମନ୍ଦିର ବନ୍ଦ ରହିଥିଲା। ଏବେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ଅନୁମତି ମିଳିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି।

Comments are closed.