Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା: ଅଭିଯୁକ୍ତ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ

ଭୁବନେଶ୍ବର: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ। ନୟାଗଡ଼ ପକ୍ସୋ କୋର୍ଟ ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ନାବାଳକ ବୋଲି ରାୟ ଦେଇଛନ୍ତି ପକ୍ସୋ କୋର୍ଟ। ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର। ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ। ପ୍ରମାଣ ପାଇବା ପରେ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି। କୋର୍ଟଙ୍କ ଏହି ରାୟ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି)କୁ ବଡ଼ ଝଟ୍‌କ‌ା‌ ଦେଇଛି।

ଅଭିଯୁକ୍ତକୁ କେଉଁ ଉଦ୍ଦେଶ୍ୟରେ ଏସ୍‌ଆଇଟି ସାବାଳକ ସଜାଇଥିଲା‌, ତାକୁ ନେଇ ସନ୍ଦେହ ପ୍ରକାଶ ପାଉଛି। ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ୍‌ରୁ ତାଙ୍କ ଜନ୍ମ ତାରିଖ ଏସ୍‌ଆଇଟି ମଧ୍ୟ ଅବଗତ ଥିଲା। ଅର୍ଥାତ୍‌ ସେ ଏବେ ବି ନାବାଳକ, ‌ହେଲେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଅଭିଯୁକ୍ତର ଓସିଫିକେସନ ପରୀକ୍ଷା ଆ‌ଧାରରେ ତାକୁ ୧୮ ବର୍ଷରୁ ଅଧିକ ‌ବୋଲି କୋର୍ଟରେ ପ୍ରମାଣପତ୍ର ଦାଖଲ କରିଥିଲେ। ଫଳରେ କୋର୍ଟ ଅଭିଯୁକ୍ତକୁ ଜେଲ୍‌ ପଠାଇ ଦେଇଥିଲେ।

ନାବାବଳକ ଅଭିଯୁକ୍ତ ବାଲ୍‌ ସୁଧାର ଗୃହରେ ରହିବାର ନିୟମ ରହିଛି। ହେଲେ ଏସ୍‌ଆଇଟି କାହିଁକି ଏଭଳି କଲା ତାକୁ ନେଇ ପ୍ରଶ୍ନ ଉଠିଛି। ଅଭିଯୁକ୍ତକୁ ଡିସେମ୍ବର ୨୦ ତାରିଖରେ ଗିରଫ କରାଯାଇଥିଲା। ବର୍ତ୍ତମାନ ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହୋଇଥବାରୁ ମାମଲା ଜଷ୍ଟିସ୍‌ ଜୁଭେନାଇଲ ବ‌ୋର୍ଡକୁ ସ୍ଥାନାନ୍ତରିତ ହେବ ବୋଲି ଜଣାପଡ଼ିଛି। ଏଥିସହିତ ଅଭିଯୁକ୍ତ ଜେଲ୍‌ ବଦଳରେ ବାଲ୍‌ ସୁଧାର ଗୃହକୁ ଯିବ।