Odisha Link
Bridging the Missing Links in Odisha

ଇସ୍ରୋ ବୈଜ୍ଞାନିକଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ସୋସିଆଲ ମିଡ଼ିଆରେ ଅଭିଯୋଗ ଆଣିଲେ ବୈଜ୍ଞାନିକ ତପନ ମିଶ୍ର। ଘଟଣାର ତଦନ୍ତ କେନ୍ଦ୍ର ସରକାର କରନ୍ତୁ ବୋଲି ସେ ଦାବି କରିଛନ୍ତି। ୩ ବର୍ଷ ତଳେ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା। ୨୦୧୭ ମେ ୨୩ ତାରିଖରେ ବିଷ ଦେଇ ହତ୍ୟା ଉଦ୍ୟମ ହୋଇଥିଲା।

ବେଙ୍ଗାଲୁରୁ ମୁଖ୍ୟାଳୟରେ ପ୍ରମୋସନ ଇଣ୍ଟରଭ୍ୟୁ ବେଳେ ଏହି ଘଟଣା ଘଟିଥିଲା। ଦୋସା ଓ ଚଟଣିରେ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା। ଆର୍ସେନିକ ଟ୍ରାଓକ୍ସାଇଡ଼ ମିଶାଇ ଖାଇବାକୁ ଦିଆଯାଇଥିଲା। ଏହାପରେ ଶ୍ବାସକ୍ରିୟା, ଚର୍ମ, ଫଙ୍ଗାଲ ଇନଫେକସନ ହୋଇଥିଲା। ଏନେଇ ଦିଲ୍ଲୀ ଏମ୍ସର ମେଡ଼ିକାଲ ରିପୋର୍ଟ ମଧ୍ୟ ଦର୍ଶାଇଲେ ତପନ। ଗୁରୁତ୍ବପୂର୍ଣ୍ଣ ପଦବୀରୁ ହଟାଇଦେବା ପାଇଁ ଏପରି ଷଡ଼ଯନ୍ତ୍ର ହୋଇଥିଲା। ବର୍ତ୍ତମାନ ଇସ୍ରୋର ସିନିୟର ଆଡ଼ଭାଇଜର ଅଛନ୍ତି ବୈଜ୍ଞାନିକ ତପନ।

Comments are closed.