୧୦ରୁ ମାଟ୍ରିକ ଫର୍ମ ପୂରଣ

ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଅନଲାଇନରେ ଫର୍ମ ପୂରଣ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନୁ୍ଆରୀ ୧୦ରୁ ଫେବୃଆରୀ ୨ ତାରିଖ ଯାଏଁ ଫର୍ମ ପୂରଣ ଜାରି ରହିବ। ବିନା ଜରିମାନାରେ ଜାନୁଆରୀ ୨୭ ଫି ଦାଖଲର ଶେଷ ଦିନ। ବିନା ଜରିମାନାରେ ଜାନୁଆରୀ ୨୮ ଫର୍ମ ଦାଖଲର ଶେଷ ତାରିଖ ରହିଛି। ଜରିମାନା ସହ ଜାନୁଆରୀ ୨୮ ଫି ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଜରିମାନା ସହ ଫେବୃଆରୀ ୨ ଫର୍ମ ଦାଖଲର ଶେଷ ତାରିଖ ରହିଛି।