Odisha Link
Bridging the Missing Links in Odisha

୧୧ରୁ ଶେଷ ବର୍ଷ ବୈଷୟିକ ଛାତ୍ରଛାତ୍ରୀଙ୍କ କ୍ଲାସ୍‌

ଭୁବନେଶ୍ବର: ଆସନ୍ତା ୧୧ ତାରିଖ ଅର୍ଥାତ୍ ସୋମବାର ଠାରୁ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ୍ ଖୋଲିବ। କଲେଜ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ଆସିବାକୁ ଅନୁମତି ମିଳିନାହିଁ। କେବଳ ପିଜି, ୟୁଜି ଏବଂ ଡିପ୍ଲୋମା ଶେଷବର୍ଷର ଛାତ୍ରଛାତ୍ରୀ କ୍ଲାସ ଆସିପାରିବେ। ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି। ସିଲାବସର ସମସ୍ତ ବିଷୟ ସାରିବାକୁ ନିୟମିତ କ୍ଲାସ୍ ହେବ। ଅନଲାଇନ୍ କ୍ଲାସ୍ ବି ହେବ।

ସମ୍ଭବ ହେଲେ କ୍ଲାସରୁମ୍ ପାଠପଢ଼ାର ଭିଡିଓ ରେକର୍ଡ କରି ଅନୁପସ୍ଥିତ ଶିକ୍ଷାର୍ଥୀଙ୍କୁ ପଠାଯିବ। କଣ୍ଟେନମେଣ୍ଟ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସିବେ ନାହିଁ। ସମସ୍ତେ ଫେସ୍ ମାସ୍କ ପିନ୍ଧିବା ସହ ନିୟମିତ ବ୍ୟବଧାନରେ ସାନିଟାଇଜର ବ୍ୟବହାର କରିବେ। ଶ୍ରେଣୀଗୃହ, ଲାଇବ୍ରେରୀ, ଲାବ୍ରୋଟୋରୀରେ ପରସ୍ପର ମଧ୍ୟରେ ୬ ଫୁଟ୍ ଦୂରତା ରକ୍ଷା କରିବେ । ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମାଇ ବ୍ୟାଚରେ ବିଭକ୍ତ କରାଯିବ। ଆବଶ୍ୟକ ସ୍ଥଳେ ଶିକ୍ଷାଦାନ ସମୟ ବୃଦ୍ଧି କରାଯାଇ ପାରିବ।

Comments are closed.