Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୨୧୦ ସଂକ୍ରମିତ

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨୫୪୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୮୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୨୪ଜଣ, ବାଲେଶ୍ୱରରୁ ୯ଜଣ, ବରଗଡ଼ରୁ ୮ଜଣ, ଭଦ୍ରକରୁ ୨ଜଣ, ବଲାଙ୍ଗୀରରୁ ୭ଜଣ, କଟକରୁ ୧୪ଜଣ, ଦେଓଗଡ଼ରୁ ଜଣେ, ଢେଙ୍କାନାଳରୁ ୨ଜଣ, ଗଜପତିରୁ ୫ଜଣ, ଗଞ୍ଜାମରୁ ୪ଜଣ, ଜଗତସିଂହପୁରରୁ ୪ଜଣ, ଯାଜପୁରରୁ ୯ଜଣ, ଝାରସୁଗୁଡ଼ାରୁ ୧୩ଜଣ, କଳାହାଣ୍ଡିରୁ ୪ଜଣ, କେନ୍ଦ୍ରାପଡ଼ାରୁ ୨ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୧୩ଜଣ, ମାଲକାନଗିରିରୁ ୮ଜଣ, ମୟୁରଭଞ୍ଜରୁ ୮ଜଣ, ନୂଆପଡାରୁ ୫ଜଣ , ପୁରୀରୁ ୧୦ଜଣ, ରାୟଗଡ଼ାରୁ ୭ଜଣ, ସମ୍ବଲପୁରରୁ ୧୬ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୩୦ଜଣ, ଷ୍ଟେଟ ପୁଲ୍‌ରୁ ୩ ଜଣ ଚିହ୍ନଟ ହୋଇଛନ୍ତି।

ପ୍ରକାଶ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୨୫୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୧୪୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୨୮୪୫୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୭୨୬୧୯୦୦ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।

Comments are closed.