ନୟାଗଡ଼: ପୋଖରୀରୁ ମିଳିଲା ନିଖୋଜ ଶିଶୁର ମୃତଦେହ

ନୟାଗଡ଼: ଗତକାଲି ନୟାଗଡ଼ ଖଣ୍ଡପଡ଼ା ବ୍ଲକ କିଆଝର ଗାଁରେ ନିଖୋଜ ଶିଶୁ ପୁତ୍ରର ମୃତଦେହ ଆଜି ଏକ ପୋଖରୀରୁ ଉଦ୍ଧାର ହୋଇଛି। ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଲିଯାଇଛି। ପରୀ ମୃତ୍ୟୁ ମାମଲା ଥମି ନଥିବା ବେଳେ ପୁଣି ଶିଶୁ ନିଖୋଜ ହେବା ପରେ ତାର ମୃତଦେହ ମିଳିବା ସାରା ଜିଲ୍ଲାରେ ଏବେ ଭୟର ବାତାବରଣ ଖେଳାଇ ଦେଇଛି।
ପ୍ରକାଶ ଯେ, ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା କିଆଝର ଗାଁର ଲକ୍ଷ୍ମଣ ଲେଙ୍କାଙ୍କ ପୁଅ ୬ ବର୍ଷର ଭିନ୍ନକ୍ଷମ ଶିଶୁ ନିଖୋଜ ହୋଇଥାଯାଇଥିଲା। ମଙ୍ଗଳବାର ଅପରାହ୍ନରୁ ଶିଶୁଟି ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ଅଭିଯୋଗ ଆଧାରରେ ପୋଲିସର ତଦନ୍ତ ଜାରି ରଖିଥିଲା।
ତେବେ ଗାଁ ମହାଦେବ ମନ୍ଦିର ପୋଖରୀରୁ ଶିଶୁର ମୃତଦେହ ମିଳିଛି। ମୃତଦେହ ମିଳିବା ପରେ ସାରା ଗାଁରେ ଭୟର ବାତାବରଣ ସୃଷ୍ଟି ଚହୋଇଛି। ପରିବାର ଲୋକ ଶିଶୁଟିକୁ ହରାଇ ଶୋକରେ ଭାଙ୍ଗି ପଡିଛନ୍ତି।