ରାଜଧାନୀରେ ମହିଳାଙ୍କୁ ଛୁରା ମାଡ଼

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ପଟିଆ ଷ୍ଟେସନ ନିକଟରେ ଜଣେ ମହିଳାଙ୍କୁ ଛୁରା ମାଡ଼ ହୋଇଛି। ଗୁରୁତର ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ଅଟୋ ଚାଳକ ମହିଳାଙ୍କୁ ଛୁରା ମାଡ଼ କରିଥିବା ସୂଚନା ମିଳିଛି।
ଗୁରୁତର ମହିଳା ରଶ୍ମିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ମହିଳାଙ୍କୁ ଅଟୋ ଚାଳକ ଛୁରା ମାଡ଼ କଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଏହି ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଗହଳି ଲାଗି ରହିଛି।