ପିପିଇ କିଟ୍ ପିନ୍ଧି ସୁନା ଚୋରି

ନୂଆଦିଲ୍ଲୀ: ପିପିଇ କିଟ୍ ପିନ୍ଧି ସୁନା ଚୋରି। ନୂଆ ତରିକାରେ ସୂନା ଚୋରି କରୁଛନ୍ତି ଚୋର। ଦକ୍ଷିଣ ପୂର୍ବ ଦିଲ୍ଲୀର କଲାକାଜି ସ୍ଥିତ ଥିବା ଏକ ଗହଣା ଦୋକନାରୁ ଏଭଳି ଅଭିନବ ଢ଼ଙ୍ଗରେ ଲୁଟ କରିଛନ୍ତି ଲୁଟେରା।
ପ୍ରକାଶ ଯେ, ଲୁଟେରା ପିପିଇଟି ପିନ୍ଧି ଦକ୍ଷିଣ ପୂର୍ବ ଦିଲ୍ଲୀରେ ଥିବା ଅଞ୍ଜଳି ଜୁଏଲର୍ସ ନାମକ ଏକ ଗହଣା ଦୋକାନରେ ପ୍ରବେଶ କରିଥିଲେ। ୨୫ କିଲୋ ଓଜନର ସୁନା ଗହଣା ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି।’
ଯାହାକି ଚୋରଙ୍କ ସବୁ ପ୍ଲାନକୁ ଭଣ୍ଡୁର କରିଦେଇଛି।ବୁଧବାର ସକାଳେ ଏହି ଲୁଟ ହୋଇଥିବା ଅଭିଯୋଗ ହେବା ପରେ ପୁଲସି ଛାନଭିନ ଆରମ୍ଭ କରିଥିଲା। ଆଜି ଏହି ଘଟଣାରେ ଲୁଟେରାକୁ ଗିରଫ କରିଛି ପୁଲିସ। ତା’ ନିକଟରୁ ୧୩ କୋଟି ଟଙ୍କାର ସୁନା ଗହଣା ଜବତ ହୋଇଛି। ଗିରଫ ଅଭିଯକ୍ତ ଜଣକ ନାଁ ମହମ୍ମଦ ଶେଖ ନୁର ବୋଲି ଜଣାପଡିଛି।