Odisha Link
Bridging the Missing Links in Odisha

ଏ ବର୍ଷ ବିନା ଏଣ୍ଟ୍ରାନ୍ସରେ କରିହେବ ଇଞ୍ଜିନିୟରିଂ

ଭୁବନେଶ୍ୱର: ଚଳିତ ବର୍ଷ ବିନା ଏଣ୍ଟ୍ରାନ୍ସରେ କରିହେବ ଇଞ୍ଜିନିୟରିଂ ଆଡମିଶନ୍। କରୋନା ପାଇଁ AICTE ଏହି ଗାଇଡ୍ଲାଇନ୍ ଜାରି କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାକୁ ଲାଗୁ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ବି ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ଲାଗି ବୈଷୟିକ ଶିକ୍ଷା ବିଭାଗକୁ ଚିଠି ଲେଖିଛି।

ଅଲ୍ ଇଣ୍ଡିଆ କାଉନସିଲ ଅଫ୍ ଟେକ୍ନିକାଲ ଏଜୁକେସନ୍-AICTE କରୋନା ପାଇଁ ଚଳିତ ବର୍ଷ ଏଣ୍ଟ୍ରି ଲେଭଲ କ୍ୱାଲିଫିକେସନ୍ ସ୍ଥିର କରିଛି ବୋଲି ଜଣାପଡ଼ିଛି। ମାନଦଣ୍ଡ ଅନୁଯାୟୀ ଯୁକ୍ତ ଦୁଇରେ ମାଥମେଟିକ୍ସ, ଫିଜିକ୍ସ ଓ କେମିଷ୍ଟ୍ରି ବିଷୟ ଥିବା ବାଧ୍ୟତାମୂଳକ। ଏହି ତିନି ବିଷୟରେ ୪୫ ପ୍ରତିଶତ ମାର୍କ ରଖିଥିଲେ ଛାତ୍ରଛାତ୍ରୀ ବିନା ଜେଇଇରେ ବି ଯେକୌଣସି ଇଞ୍ଜିନିୟରିଂ କଲେଜରେ ଆଡମିଶନ ନେଇପାରିବେ।

ଆଉ ଏହାକୁ ଆଧାର କରି ଓଡ଼ିଶା ଘରୋଇ ଇଞ୍ଜିନିୟରି କଲେଜ ସଂଘ, ଓପେକା ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲା। ଯେଉଁଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ପକ୍ଷଭୁକ୍ତ କରାଯାଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ଓପେକା ସପକ୍ଷରେ ରାୟ ଦେଇଛନ୍ତି। ଏହାଦ୍ୱାରା ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇବେ ବୋଲି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ଚିଠି ଲେଖିଛି ଓପେକା।

Comments are closed.