Odisha Link
Bridging the Missing Links in Odisha

ଜବତ ହେଲା ନକଲି ଖାଇବା ତେଲ କାରଖାନା

ଅନୁଗୁଳ: ଅନୁଗୁଳର ପଞ୍ଚମ ମହଲାରେ ନକଲି ଖାଇବା ତେଲ କାରଖାନା ଠାବ କରାଯାଇଛି। ଗୋଟିଏ ଟିଣ ତେଲ ଭିନ୍ନ ଭିନ୍ନ କମ୍ପାନୀ ନାଁରେ ବ୍ରାଣ୍ଡିଂ କରାଯାଇ ବିକ୍ରି କରାଯାଉଛି। ଏନେଇ ପୋଲିସ ଓ ଜନସ୍ୱାସ୍ଥ୍ୟ ବିଭାଗ ରେଡ୍ କରିଛି। ନକଲି ତେଲ କାରଖାନାରୁ ବିପୁଳ ପରିମାଣର ଅପମିଶ୍ରିତ ତେଲ ଜବତ କରାଯାଇଛି।ରୁଚି ଗୋଲ୍ଡ, ଲାଇଫ୍ ଡ୍ରପ୍ ଭଳି ଏକାଧିକ କମ୍ପାନୀର ଲଗୋ ଓ ଷ୍ଟିକର ଜବତ ହୋଇଛି।

ଏଠାରେ ତେଲକୁ ବିଭିନ୍ନ କମ୍ପାନୀ ନାଁରେ ପ୍ୟାକେଜିଂ କରାଯାଇ ବଜାରକୁ ବିକ୍ରି ପାଇଁ ଛଡ଼ା ଯାଉଥିବା ଜଣାପଡ଼ିଛି। ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହା ପୂର୍ବରୁ ବଲାଙ୍ଗିରର କଣ୍ଟାବାଞ୍ଜି ସହରରେ ଏଭଳି ନକଲି ତେଲ କାରଖାନା ଠାବ ହୋଇଥିଲା।

Comments are closed.