Odisha Link
Bridging the Missing Links in Odisha

ସଂସଦରେ ଉପସ୍ଥାପନ ହେଲା ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ

ନୁଆଦିଲ୍ଲୀ: ଭାରତୀୟ ଅର୍ଥନୀତି କରୋନା କାଳରେ କେମିତି ପ୍ରଦର୍ଶନ କରିଛି। ଆଜି ସଂସଦରେ ଉପସ୍ଥାପନ ହୋଇଛି ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବିତ୍ତିୟ ବର୍ଷର ସର୍ଭେ ରପୋର୍ଟକୁ ଆଗତ କରିଛନ୍ତି।

ବିଶ୍ୱ ମହାମାରୀ କରୋନା କାଳରୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଛି। ୭ଦଶମିକ ୭ ପ୍ରତିଶତ ରହିଛି ଜିଡ଼ିପି ଅଭିବୃଦ୍ଧି ।ମାତ୍ର ଏପ୍ରିଲ-ଜୁନ୍ ତ୍ରୈମାସରେ ଜିଡ଼ିପି ଅଭିବୃଦ୍ଧି ୨୩ ଦଶମିକ ୯ ପ୍ରତିଶତ ଥିବାବେଳେ ଦ୍ୱିତୀୟ ତ୍ରୈମାସରେ ଏହା ୭ଦଶମିକ ୫ ପ୍ରତିଶତକୁ ଖସି ଆସିଛି।

କିନ୍ତୁ ଆଗାମୀ ଆର୍ଥିକ ବର୍ଷରେ ଜିଡ଼ିପି ଅଭିବୃଦ୍ଧି ୧୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଅର୍ଥନୈତିକ ସର୍ଭେ ରପୋର୍ଟ ପ୍ରସ୍ତୁତ କରାଯାଇଛି।

Comments are closed.