ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୭ ପର୍ଯ୍ୟଟକ

ପୁରୀ: ଜଗା ଦର୍ଶନ କରିବାକୁ ଆସି ସମୁଦ୍ରରେ ଗାଧୋଇବାର ମଜା ନେଉଥିବା ୭ ଜଣ ପର୍ଯ୍ୟଟକ ସମୁଦ୍ରରେ ଭାସିଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅସାବଧାନତା ବଶତଃ ଭାସିଯାଇ ପର୍ଯ୍ୟଟକ ଜଣଙ୍କ ନିଖୋଜ ହୋଇଛନ୍ତି। ନିଖୋଜ ପର୍ଯ୍ୟଟକଙ୍କ ଲାଇଫ୍ଗାର୍ଡ ଓ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଝାଡ଼ଖଣ୍ଡର ପର୍ଯ୍ୟଟକ ପରିବାରଲୋକଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ଚକ୍ରତୀର୍ଥ ରୋଡ୍ ସମୁଦ୍ର ବେଳାଭୂମୀରେ ପରିବାରଲୋକଙ୍କ ସହ ସମୁଦ୍ରରେ ଗାଧୋଉଥିଲେ। ଏହି ସମୟରେ ଅସାବଧାନତା ବଶତଃ ଭାସିଯାଇଛନ୍ତି। ପରେ ଉଦ୍ଧାର କରିବାକୁ ଲାଇଫ୍ଗାର୍ଡ ଓ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।