ଆହୁରି ୯ ମାସ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ଚାଷୀ: ରାକେଶ ଟିକାୟତ

ନୂଆଦିଲ୍ଲୀ: ଆଗକୁ ଆହୁରି ୯ ମାସ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ଆନ୍ଦୋଳନକାରୀ ଚାଷୀ। ଏନେଇ ସୂଚନା ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ। ଏହା ସହିତ ଟିକାୟତ କହିଛନ୍ତି ଯେ, ୬୯ଦିନ ଧରି ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଚାଷୀ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛନ୍ତି। ଆସନ୍ତା ଅକ୍ଟୋବର ଯାଏଁ ଆନ୍ଦୋଳନ ଚାଲିବ ଏବଂ ଏଥିପାଇଁ ଆନ୍ଦୋଳନକାରୀ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା କହିଛନ୍ତି ।
ଏପରିକି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ଚେତାଇ ଦେଇଛନ୍ତି ଚାଷୀ ନେତା। ଗତ ୬୯ ଦିନ ହେଲା ନୂଆ କୃଷି ଆଇନ ବିରୋଧରେ ବିଭିନ୍ନ ରାଜ୍ୟରୁ ଆସିଥିବା ଚାଷୀ ମାନେ ଆନ୍ଦୋଳନ କରୁଛନ୍ତି।