ପ୍ରେମିକାର ଗଳା କାଟିଲା ପ୍ରେମିକ

ବାଲେଶ୍ୱର: ପ୍ରେମିକାର ଗଳା କାଟିଲା ପ୍ରେମିକ। ଏମିତି ଏକ ଘଟଣା ଘଟିଛି ବାଲେଶ୍ବର ସେଲଟ୍ୟାକ୍ସ କଲୋନୀ ନିକଟରେ । ପ୍ରେମରେ ବିଫଳ ହେବା ପରେ ଏମିତି କାଣ୍ଡ କରିଛି ପ୍ରେମିକ। ଗୁରୁତର ଆହତ ହୋଇଥିବା ନାବାଳିକାକୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ସେପଟେ ଆକ୍ରମଣ କରି ଅଭିଯୁକ୍ତ ପ୍ରେମିକ ଫେରାର ହୋଇଯାଇଥିବା ପୋଲିସ କହିଛି।
ମିଳିଥିବା ସୂଚନା ଅନୁସାରେ, ଛାତ୍ରୀ ଜଣକ ଟ୍ୟୁସନରୁ ଫେରିବା ସମୟରେ ଏକତରଫା ପ୍ରେମ କରୁଥିବା ଅଭିଯୁକ୍ତ ସଞ୍ଜୀବ ବେହେରା ସେଲଟ୍ୟାକ୍ସ କଲୋନୀ ନିକଟରେ ଛାତ୍ରୀଙ୍କୁ ଅଟକାଇ ପ୍ରେମ ନିବେଦନ କରିଥିଲେ। ଛାତ୍ରୀ ଜଣକ ବିରୋଧ କରିବାରୁ ସଞ୍ଜୀବ ଏକ ଛୁରୀରେ ଛାତ୍ରୀଙ୍କ ଗଳା କାଟିଥିଲେ। ଖବର ପାଇ ଛାତ୍ରୀଙ୍କ ପରିବାର ଲୋକେ ଗୁରୁତର ଆହତ ଅବସ୍ଥାରେ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
Comments are closed.