ଦେଇଛୁ ୧୪୦, ପାଇଛୁ ୧୪: ବିଜେଡ଼ି

ଭୁବନେଶ୍ୱର: ଆଜି କେନ୍ଦ୍ର ସରକାରଙ୍କର ରେଳ ବଜେଟକୁ ନେଇ ବିଜେଡ଼ି ନିଜର ପ୍ରତିକ୍ରିୟା ରଖିଛି। ଏନେଇ ଦଳୀୟ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଏକ ପ୍ରେସ୍ ମିଟରେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବିଚାର କରିଥିବା ଅଭିଯୋଗ କରାଯାଇଛି।
ଆଜି ବିଜେଡ଼ି ପକ୍ଷରୁ କୁହାଯାଇଛି ଯେ, ଗତ ୭ ବର୍ଷରେ ରାଜ୍ୟ କେନ୍ଦ୍ରକୁ ରେଳ ବାବଦରେ ରାଜସ୍ୱ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା କରିଛି। କିନ୍ତୁ ବଦଳରେ ରାଜ୍ୟକୁ ମିଳିଛି ମାତ୍ର ୧୪ ହଜାର କୋଟି ଟଙ୍କା। ବର୍ତ୍ତମାନ ରାଜ୍ୟ ବର୍ଷକୁ ପ୍ରାୟ ୨୦ ହଜାର କୋଟି ଟଙ୍କା ଦେଉଛି।
ରାଜ୍ୟର କନ୍ଧମାଳ, ମୟୂରଭଞ୍ଜ, ଦେବଗଡ଼, କେନ୍ଦ୍ରାପଡ଼ା, ମାଲକାନାଗିରି ଓ ବୌଦ୍ଧ ଆଦି ୬ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ରେଳସେବା ଆରମ୍ଭ ହୋଇନାହିଁ। କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଫଳରେ ଓଡ଼ିଶାକୁ ନ୍ୟାୟ ମିଳିନାହିଁ। ଏହି ଅବସରରେ ବିଜେଡି ପକ୍ଷରୁ ବିଜେପିକୁ ବିତର୍କ ପାଇଁ ଆହ୍ୱାନ ଦିଆଯାଇଛି।