Odisha Link
Bridging the Missing Links in Odisha

ବସ୍‌ ସହ ହାଇଓ୍ବା ମୁହାଁମୁହିଁ ଧକ୍କା, ୭ ଗୁରୁତର

ଯାଜପୁର: ବସ ହସ ହାଇଓ୍ବା ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝରରୁ ଯାଜପୁର ରୋଡ଼କୁ ଆସୁଥିବା ମା ତାରିଣୀ ବସ ଏନଏଚ-୨୦ର ବନ୍ଦୀ ପେଟ୍ରୋଲ ପମ୍ଫ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ପ୍ରକାଶ ଯେ, ତାରିଣୀ ମା’ ନାମକ ବସ୍ କେନ୍ଦୁଝରରୁ ଯାଜପୁର ରୋଡ଼ ଅଭିମୁଖେ ଆସୁଥିଲା। ରଗଡ଼ି ନିକଟରେ ଜାତୀୟ ରାଜପଥ ମରାମତି କାର୍ଯ୍ୟ ଚାଲୁଥିବାରୁ ବସଟି ରଙ୍ଗ୍ ରୁଟରେ ଯାଉଥିଲା। ଏହି ସମୟରେ ବନ୍ଦୀ ପେଟ୍ରୋଲ ପମ୍ପ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ହାଇୱା ଟ୍ରକ୍ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତ ବସ୍ ଯାତ୍ରୀ। କେବଳ ୭ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ କୋରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ୨ଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.