Odisha Link
Bridging the Missing Links in Odisha

ଆନ୍ଧ୍ରପ୍ରଦେଶ ଆରାକୁ ଘାଟିରେ ବସ୍ ଦୁର୍ଘଟଣା, ୮ ମୃତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ଆରାକୁ ଘାଟିରେ ବସ୍ ଦୁର୍ଘଟଣା। ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ଘାଟି ତଳକୁ ଖସିପଡିଲା ବସ୍। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟାରେ ପ୍ରାୟ ୩୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଆରାକୁ ଘାଟିରେ ଦୁର୍ଘଟଣାର ଶିକାର ହୋଇ ବସଟି ୧୦୦ ଫୁଟ ତଳକୁ ଖସିପଡିଥିଲା।

୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ସ୍ଥାନୀୟ ପୁଲିସର ସୂଚନା ମୁତାବକ, ହାଇଦ୍ରାବାଦର ଦୀନେଶ ଟ୍ରାଭେଲସର ଏକ ବସ ୩୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ଘାଟିରେ ଏହି ଦୁର୍ଘଟଣା ଘଟିଛି।

Comments are closed.