Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ବୀର ପୁତ୍ରଙ୍କ ପାଇଁ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ୱର: ପୁଲୱାମା ଆକ୍ରମଣକୁ ବର୍ଷେ ପୂରିଲା ୨ ବର୍ଷ । ୨ ବର୍ଷ ପୁର୍ବେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଦେଶ। ଇତି ମଧ୍ୟରେ ୨ ବିତିଯାଇଛି, ହେଲେ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମା’ମାଟି। ଆକ୍ରମଣରେ ସହିଦଙ୍କ ପାଇଁ ବିରାଟ ତ୍ରିରଙ୍ଗା ଯାତ୍ରା। ଆଜି ସେହି ବୀରପୁତ୍ରମାନଙ୍କୁ ମନପକାଇ ଭୁବନେଶ୍ୱରରେ ବିରାଟ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଛି ।

ଭୁବନେଶ୍ୱର ଉତ୍କଳ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ଶୋଭାଯାତ୍ରା ହୋଇଛି। ବାଣୀବିହାରରୁ ଏହି ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଯାଇଛି। ହଜାର ହଜାର ସଂଖ୍ୟକ ଯୁବକ, ସେନା କର୍ମଚାରୀ ଯବାନ ଏଥିରେ ସାମିଲ ହୋଇଛନ୍ତି।

ଯୁବକଙ୍କ ମନରେ ଦେଶ ପ୍ରେମ ଭାବ ଜାଗ୍ରତ କିରବା ସହ ସହିଦଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ଏଭଳି ଶୋଭାରଯାତ୍ରାର ଆୟୋଜନ କାରଯାଇଛି। ଅଧିକରୁ ଅଧିକ ସଂଖ୍ୟକ ଯୁବକ ସେନାବାହିନୀରେ ସାମିଲ ପାଇଁ ସେମାନଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ଆହ୍ୱାନ ଦିଆଯାଇଛି।

Comments are closed.