Odisha Link
Bridging the Missing Links in Odisha

ଡାକ୍ତରଙ୍କୁ ୭୭ ଲକ୍ଷ ଠକେଇ

କଟକ: ରାଜ୍ୟରେ ଦିନକୁ ଦିନ ଅନଲାଇନ ଠକେଇ ବଢ଼ିବାରେ ଲାଗିଛି। ଏହି ଅନଲାଇନ ଠକେଇର ଆଜି ଜଣେ ଡ଼ାକ୍ତର ଶିକାର ହୋଇଛନ୍ତି। ଡାକ୍ତରଙ୍କୁ ୭୭ ଲକ୍ଷ ଟଙ୍କା ଚୂନା ଲଗାଇଛନ୍ତି ଅନଲାଇନ୍ ଠକ । ଅନଲାଇନ ଠକେଇର ଶିକାର ହୋଇଛନ୍ତି କଟକର ଜଣେ ଡାକ୍ତର।

ପ୍ରକାଶ ଯେ, ୮ ଡିଜିଟ୍ ନମ୍ବରରୁ ଡାକ୍ତରଙ୍କୁ ଫୋନ୍ କଲ୍ ଆସିଥିଲା। ଏଟିଏମ କାର୍ଡରେ ରିଚାର୍ଜ ନକଲେ ନମ୍ବର ବ୍ଲକ ହେଇଯିବ ବୋଲି ଠକ କହିଥିଲେ। ଗୁଗଲ ଷ୍ଟୋରରୁ ଆପ୍ ଡାଉନଲୋଡ କରି ଡାକ୍ତର ରିଚାର୍ଜ କରିଥିଲେ। ପର୍ଯ୍ୟାୟକ୍ରମେ ଡାକ୍ତରଙ୍କ ଆକାଉଣ୍ଟରୁ ୭୭ ଲକ୍ଷ ଟଙ୍କା କଟି ଚାଲିଲା। ଅନଲାଇନ ଠକେଇ ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଡାକ୍ତର।

 

Comments are closed.