Odisha Link
Bridging the Missing Links in Odisha

ପୋଷ୍ଟର ମାରିବା ଘଟଣା: ଗିରଫ ହେଲେ ସାଂସଦଙ୍କ ବ୍ୟକ୍ତିଗତ ପିଏ

ଭୁବନେଶ୍ବର: ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମରା ବିବାଦକୁ ନେଇ ଶେଷରେ ଗିରଫ ହୋଇଛନ୍ତି ତାଙ୍କ ବ୍ୟକ୍ତିଗତ ପିଏ। ବିଭିନ୍ନ ଆଳ ଦେଖାଇ ଗିରଫଦାରିକୁ ଏଡ଼ାଇ ଚାଲିଥିଲେ ଭୁବନେଶ୍ୱର ସାଂସଦଙ୍କ ପିଏ ଧନେଶ୍ୱର ବାରିକ।

ହେଲେ ଆଜି ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ। ଶୁଭମ ହୀରା ଥାନାରେ ଅଭିଯୋଗ କରିଥିଲେ ଯେ, ସେ ଓ ତାଙ୍କ କ୍ଲିନିକର ଷ୍ଟାଫମାନେ ବୁଦ୍ଧନଗର କଦଳୀ ଗୋଦାମରେ ପୋଷ୍ଟର ଲଗାଇବାବେଳେ ସାଂସଦଙ୍କ ବ୍ୟକ୍ତିଗତ ପିଏ ଧନେଶ୍ୱର ବାରିକ ଓ ତାଙ୍କ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡା ତାଙ୍କୁ ଲୁହା ରଡ଼ରେ ପିଟିଥିଲେ।

ପଗଡ଼ି ଖୋଲି ଚୁଟି ଧରି ତଳେ ପକାଇ ଚାପିଦେଇଥିଲେ। ମୋବାଇଲକୁ ଭାଙ୍ଗିଦେଇଥିଲେ ଆଉ ତାଙ୍କ ପକେଟରେ ଏମପି ମହୋଦୟାଙ୍କ ଚିରା ପୋଷ୍ଟର ରଖି ଅନ୍ୟଜଣେ ଏହି ପୋଷ୍ଟର ଲଗାଇବାକୁ କହିଥିବା ସ୍ୱୀକାର କରିବାକୁ ବାଧ୍ୟ କରିଥିଲେ । ଏହି ଘଟଣା ପରେ ପୋଲିସ ସାଂସଦଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.