ଟୋକନ ପାଇଁ ବିଷ ପିଇଲେ ଚାଷୀ

ନୂଆପଡ଼ା: ଟୋକନ ଅବଧି ସରିଯିବାରୁ ଧାନ ବିକି ନପାରିବାରୁ ବିଷ ପିଇଦେଲେ ଚାଷୀ। ଏମିତି ଏକ ଘଟଣା ଘଟିଛି ସିନାପାଲି ଭିଙ୍ଗିଆମୁଣ୍ଡା ଗାଁରେ। ନିଜ ଜମିେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଚାଷୀ। ବିଷ ପିଇ ଗୁରୁତର ଚାଷୀ ଖଡ଼ିଆଳ ହସ୍ପିଟାଲରେ ଭର୍ତ୍ତି ରାଯାଇଛି। ବିଦ୍ୟୁତ୍ ବିଲ ପଇଠ ନକରିବାରୁ ଲଇନ୍ ମଧ୍ୟ କାଟି ଦିଆଯାଇଥିଲା। ଉଠା ଜଳସେଚନ ଲାଇନ କାଟି ଦେବାରୁ ଫସଲ ଉଜୁଡ଼ି ଯାଇଥିଲା।