Odisha Link
Bridging the Missing Links in Odisha

ବିଧାନସଭା: ବାଚସ୍ପତିଙ୍କ ଫାଇବର ଗ୍ଲାସ୍ ଫିଙ୍ଗିଲେ ବିରୋଧୀ

ଭୁବନେଶ୍ବର: ବିଧାନସଭାର ଦ୍ୱିତୀୟ ଦିନରେ ଗୃହରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ହଟ୍ଟଗୋଳ ଜାରି ରଖିଥିବା ବେଳେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ସମବାୟ ମନ୍ତ୍ରୀଙ୍କୁ ଆସନ୍ତାକାଲି ଗୃହରେ ବିବୃତ୍ତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

ତଥାପି ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି। ବାଚସ୍ପତିଙ୍କ ସମ୍ମୁଖରେ ଲାଗିଥିବା ଫାଇବାର କାଚ ବିରୋଧୀ ତଳକୁ ଖସାଇ ଦେବା ସହ ପୋଡ଼ିଅମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ ଏଭଳି କରିଛନ୍ତି ବିରୋଧୀ ସଦସ୍ୟ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ଉପରକୁ ପେପର ଫିଙ୍ଗିଛନ୍ତି। ବିରୋଧୀଙ୍କ ପ୍ରବଳ ହୋହଲ୍ଲା ପରେ ଗୃହକୁ ବାଚସ୍ପତି ଆସନ୍ତାକାଲି ଯାଏ ମୁଲତବି ଘୋଷଣା କରିଛନ୍ତି ।

Comments are closed.