Odisha Link
Bridging the Missing Links in Odisha

ବଜେଟ୍ ପୂର୍ବରୁ ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ

ଭୁବନେଶ୍ବର: ରାଜ୍ୟ ବଜେଟ୍ ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଜାତୀୟ ଆର୍ଥିକ ସଂକୋଚନଠାରୁ ଓଡିଶାର ସଂକୋଚନ ହାର କମ ରହିଥିବା ଆକଳନ କରାଯାଇଛି । ୨୦୨୦-୨୧ରେ ଜିଡିପି ଅଭିବୃଦ୍ଧି ହାର ମାଇନସ ୪.୯୨ ବୋଲି ଆକଳନ କରାଯାଇଛି।

ଜାତୀୟ ଅଭିବୃଦ୍ଧି ହାର ମାଇନସ ୭.୭ ରହିଛି । ରାଜ୍ୟରେ ମୁଣ୍ଡପିଛା ଆୟ ୨.୩୦ ପ୍ରତିଶତ କମିବ ବୋଲି ସର୍ଭେରେ ରିପୋର୍ଟ ପ୍ରକାଶ ପାଇଛି। ୨୦୨୦-୨୧ରେ ରାଜ୍ୟର ହାରାହାରି ମୁଣ୍ଡପିଛା ଆୟ ୧,୦୨,୧୫୬ ଟଙ୍କା ରହିବ ବୋଲି ଆକଳନ କରାଯାଇଛି।

ପୂର୍ବବର୍ଷ ରାଜ୍ୟର ହାରାହାରି ମୁଣ୍ଡପିଛା ଆୟ ୧,୦୪,୫୬୬ ଟଙ୍କା ଥିଲା। ଗତବର୍ଷ ତୁଳନାରେ ଜାତୀୟ ମୁଣ୍ଡପିଛା ଆୟ ହାରାହାରି ୫.୪୧ ପ୍ରତିଶତ କମିବ ବୋଲି ଆକଳନ କରାଯାଇଛି।

Comments are closed.