ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ବର: କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ତୁରନ୍ତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ଅନୁଧ୍ୟାନ କରିବା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ବିରୋଧୀ ଦଳର ନେତା ଚିଠିରେ ଉଲ୍ଲେଖ କରିଛନ୍ତି।
ପ୍ରଦୀପ୍ତ ନାଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆନ୍ଧ୍ର ବେଆଇନ୍ ଭାବେ ଓଡ଼ିଶାର କିଛି ଅଞ୍ଚଳରେ ନିର୍ବାଚନ କରିଛି। ଏହା ସମ୍ବିଧାନର ବିରୋଧୀ ଅଟେ। ତା ସହିିତ ଏହା ଭାରତୀୟ ସଂଘୀୟ ବ୍ୟବସ୍ଥାର ମଧ୍ୟ ଅବମାନନା କରୁଛି। ୧୯୬୮ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ମଧ୍ୟ ଏହା ଉଲ୍ଲଘଂନ ଅଟେ ।
ତେଣୁ ତୁରନ୍ତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏହାକୁ ଅନୁଧ୍ୟାନ କରିବା ସହିତ ତାଙ୍କ ପ୍ରଶାସନକୁ ଏପରି କରିବାରୁ ରୋକିବାକୁ ପ୍ରଦୀପ୍ତ ନାଏକ ଚିଠିରେ ଲେଖିଛନ୍ତି। କୋଟିଆ ଓଡିଶାର ଅବିଚ୍ଛେଦ ଅଙ୍ଗ। ୧୯୩୬ ମସିହାରୁ କୋଟିଆ ଓଡିଶାର ଅପ୍ରତ୍ୟାଶିତ ଅଙ୍ଗ ହୋଇ ରହିଆସିଛି।
୧୯୪୨ ମସିହାରେ ଓଡିଶା, ବିହାର ଓ ମଧ୍ୟପ୍ରଦେଶର ସରକାରଙ୍କ ମିଳିତ ସର୍ଭେରେ ମଧ୍ୟ ପ୍ରମାଣ ରହିଛି। ସେ ସମୟରେ ସର୍ଭେ କରାଯାଇ କୋଟିଆ ଗ୍ରାମ ପଞ୍ଚାୟତର ସାତଟି ଗାଁ ଓଡିଶାର ବୋଲି ନିଦ୍ଧାରଣ କରାଯାଇଥିଲା। ହେଲେ ଏବେ ଆନ୍ଧ୍ର ପ୍ରଶାସନ ଏଠାରେ ବେଆଇନ୍ ଭାବେ ନିର୍ବାଚନ କରୁଛି।
ତେଣୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ ଅନୁଧ୍ୟାନ କରିବା ସହିତ ତାଙଅକ ଜିଲ୍ଲା ପ୍ରଶାସନକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପ୍ରଦୀପ୍ତ ନାଏକ ନିଜ ଚିଠିରେ ଲେଖିଛନ୍ତି।