Odisha Link
Bridging the Missing Links in Odisha

କଡ଼ାକଡ଼ି ହେବ କଟକଣା: ଡିସିପି

ଭୁବନେଶ୍ବର: କରୋନା ପାଇଁ ଭୁବନେଶ୍ବରରେ କଡ଼ାକଡ଼ି ହେବ କୋଭିଡ଼ ନିୟମ। ମାସ୍କ ଓ ସାମଜିକ ଦୂରତା ଚେକିଂ ବି କଡ଼ାକଡ଼ି କରାଯିବ। ଏହା ସହିତ ଗୋଟିଏ ଜାଗାରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ। କମିଶନରେଟ ପୋଲିସର ଏନଫୋର୍ସମେଣ୍ଟ ଟିମ୍‌ ନଜର ରଖିବ। ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛିନ୍ତି ଡିସିପି।

ପ୍ରକାଶ ଯେ, ଦୀର୍ଘ ଦଶ ମାସ ପରେ ରାଜ୍ୟରେ କୋଭିଡ୍ କେସ୍ କମୁଛି। ଏହି କାରଣରୁ ଏବେ ଲକଡାଉନର ସମ୍ଭାବନା ନାହିଁ। ତେବେ ଲୋକେ ନିଜେ ସଚେତନ ନ ରହିଲେ, ପୁଣି ଥରେ ଓଡ଼ିଶାକୁ ଲକଡାଉନ୍ ଫେରିପାରେ ବୋଲି ଡିଏମଇଟି ସତର୍କ କରାଇଛନ୍ତି।

ଭାରତର ସ୍ଥିତିକୁ ଦେଖିଲେ ଓଡ଼ିଶାର ଅବସ୍ଥା ଭଲ ଅଛି। ରାଜ୍ୟରେ କଣ୍ଟେନମେଣ୍ଟ ବ୍ୟବସ୍ଥା ବନ୍ଦ ହୋଇନାହିଁ। ତେବେ ଆବଶ୍ୟକତା ଅନୁସାରେ ସବୁ ପଦକ୍ଷେପ ନିଆଯିବ। ଏଥିଲାଗି ରାଜ୍ୟ ସରକାର ଆମକୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ୍ ଓ ସଟଡାଉନର ଆବଶ୍ୟକତା ପଡ଼ିଲେ ପୁଣି ତାହା କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସର୍ଭେଲାନ୍ସ ଟିମ୍ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। ତଥାପି ଯେଉଁମାନଙ୍କର କରୋନାର କୌଣସି ବି ଲକ୍ଷଣ ଦେଖାଗଲେ ସେମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।

Comments are closed.