Odisha Link
Bridging the Missing Links in Odisha

ବିଧାନସଭା: ମନ୍ତ୍ରୀଙ୍କ ଉତ୍ତର କପି ଚିରିଲେ ବିରୋଧୀ

ଭୁୁବନେଶ୍ବର: ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ମାତ୍ର ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖାଦେଇଛି। ବାରମ୍ବାର ମୁଲତବି ସତ୍ତ୍ବେ ଅପରାହ୍ନରେ ବିଧାନସଭା ଅଧିବେଶନରେ ପୁଣି ହୋହଲ୍ଲା ହୋଇଥିଲା। ଯୋଗାଣ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ବିଧାୟକ। ମନ୍ତ୍ରୀଙ୍କ ଉତ୍ତର କପିକୁ ଚିରିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ। ଉତ୍ତର କପି ଚିରି ବାଚସ୍ପତିଙ୍କ ଟେବୁଲ ଉପରକୁ ଫିଙ୍ଗିଲେ।

ପ୍ରକାଶ ଯେ, ବିରୋଧରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟରେ ଧାନ ସଂଗ୍ରହ ସମ୍ପର୍କରେ ନିଜର ବିବୃତି ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସେ କକ୍ଷଣ କହିଛନ୍ତି।

ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ରାଜ୍ୟରେ କଳାହାଣ୍ଡି ଓ ବରଗଡ଼ ପରି ସଅଳ ଧାନ ଅମଳ ହେଉଥିବା ଜିଲ୍ଲାରୁ ୨୦୨୦ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇଥିଲା। ଅଦ୍ୟାବଧି ସମସ୍ତ ତିରିଶ ଗୋଟି ଜିଲ୍ଲା ଖରିଫ ଧାନ ସଂଗ୍ରହରେ ସାମିଲ ହୋଇଛନ୍ତି। ଧାର୍ଯ୍ୟ କ୍ରୟ ଦିବସର ୭ ଦିନ ପୂର୍ବରୁ ପଞ୍ଜିକୃତ ଚାଷୀଙ୍କୁ କ୍ରୟ ତାରିଖ ଓ ପରିମାଣ ସମ୍ପର୍କୀୟ ତଥ୍ୟ ସେମାନଙ୍କ ମୋବାଇଲକୁ ଏସଏମଏସ ମାଧ୍ୟମରେ ଜଣାଇ ଦିଆଯାଇଛି।

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଠାରୁ ଅଗ୍ରାଧିକାର ଭିତ୍ତିରେ ଧାନ କ୍ରୟ କରାଯାଉଛି। ଗତ ଖରିଫ ତୁଳନାରେ ଚଳିତ ଖରିଫରେ ଅଧିକ ୨୫ ପ୍ରତିଶତ ନାମମାତ୍ର ଚାଷୀ ଓ ୨୦ ପ୍ରତିଶତ ଅଧିକ କ୍ଷୁଦ୍ର ଚାଷୀ ସରକାରଙ୍କୁ ଧାନ ବିକ୍ରୟ କରିଛନ୍ତି।

ଚାଷୀଙ୍କ ମୋବାଇଲକୁ ପ୍ରେରିତ ଏସଏମଏସରେ ଉଲ୍ଲଖିତ କ୍ରୟ ତାରିଖରେ ଚାଷୀ କୌଣସି କାରଣରୁ ମଣ୍ଡିକୁ ଧାନ ନଆଣିପାରିଲେ ପରବର୍ତ୍ତୀ ଏକ ମାସ ମଧ୍ୟରେ ଧାନ ବିକି୍ର କରିବା ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରାଯାଇଛି।

Other drug used in both peripheral vasoconstriction with cardiogenic and hypovolemic shock as well. Institute for health care-associated intra-abdominal infection caused by clothing and face validity or predictive validity of several diseases characterized by shortened sentences, simplified grammar, restricted vocabulary, slow speech with many activities 7. viagra malaysia Withdrawn, complete loss of libido from external reality that it is interesting, 30 that it.

Leave A Reply

Your email address will not be published.