Odisha Link
Bridging the Missing Links in Odisha

ଚତୁର୍ଥୀରେ ନବବଧୂଙ୍କ ମୃତ୍ୟୁ

ଢ଼େଙ୍କାନାଳ: ଚତୁର୍ଥୀ ଦିନ ସକାଳେ ଝୁଲି ପଡ଼ିଲେ ନବବଧୂ। ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅଞ୍ଚଳରେ। ଗତ ୧୭ ତାରିଖରେ ସଦର ଥାନା ଅନ୍ତର୍ଗତ ବିଦ୍ୟାବନ୍ଧ ଗାଁର ମଦନମୋହନ ନାୟକଙ୍କର ବାହାଘର ହୋଇଥିଲା। ସେ ହିନ୍ଦୋଳ କଲଣ୍ଡା ଗାଁର ଝରଣା ନାୟକଙ୍କୁ ବିବାହ କରିଥିଲେ।

ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ଆଜି ଥିଲା ଚତୁର୍ଥୀ। ଚଉଠି ରାତି ପୂର୍ବରୁ ଅର୍ଥାତ ଆଜି ସକାଳେ ଝରଣା ଶୋଇବା ଘର କବାଟ ଖୋଲି ନଥିଲେ। ଡାକିଲେ ମଧ୍ୟ ଶୁଣିନଥିଲେ। ପରେ ପରିବାର ଲୋକେ କବାଟ ଭାଙ୍ଗି ଦେଖିଲା ବେଳକୁ ଫ୍ୟାନ୍‌ରେ ଝୁଲିଛନ୍ତି ଝରଣା।

ପରିବାର ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ସଦର ଥାନା ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କେଉଁ କାରଣରୁ ନବବଧୂ ଜଣଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡି ନାହିଁ। ଝରଣାଙ୍କ ବାପା କହିଛନ୍ତି ଯେ,ଆଗରୁ ମୋ ଝିଅର ଟିକେ ମୁଣ୍ଡ ଦୋଷ ଥିଲା। ଟିକେଟିକେ କଥାରେ ରାଗିଯାଉଥିଲା। ତା’ର କାହା ସହିତ କିଛି ସମ୍ପର୍କ ନଥିଲା। ତା’ର ପରାମର୍ଶ ନେଇ ବାହାଘର କରାଇଥିଲି। କିନ୍ତୁ ବାହାଘରର ୪ ଦିନ ପରେ ଆତ୍ମହତ୍ୟା କଲା।

 

Leave A Reply

Your email address will not be published.