୧୦ ଦିନ ବନ୍ଦ ରହିବ ଜିରାଙ୍ଗ ବୌଦ୍ଧ ମନ୍ଦିର

ଗଜପତି: ୧୦ ଦିନ ବନ୍ଦ ରହିବ ଜିରାଙ୍ଗ ବୌଦ୍ଧ ମନ୍ଦିର। ଗଜପତି ଜିଲ୍ଲା ଚନ୍ଦ୍ରଗିରି ନିକଟ ଜିରାଙ୍ଗ ଠାରେ ଥିବା ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧ ମନ୍ଦିର ପର୍ଯ୍ୟଟକଙ୍କ ଦର୍ଶନ ପାଇଁ ୧୦ ଦିନ ବନ୍ଦ ରହିବ। ମନ୍ଦିରର ଲାମା ଗୁରୁଜୀ ଟେମ୍ପୋ ଆମ୍ପଲଙ୍କ ସୂଚନା ଅନୁଯାୟୀ, ଫେବୃଆରୀ ୨୨ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଜିରାଙ୍ଗ ବୌଦ୍ଧ ମନ୍ଦିର ବନ୍ଦ ରହିବ।
ମହାସାଧନ ପୂଜା(ତନ୍ତ୍ର ପୂଜା) ନିମନ୍ତେ ମନ୍ଦିରକୁ ପର୍ଯ୍ୟଟକଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ବୌଦ୍ଧଧର୍ମର ନୂତନ ବର୍ଷର ଆରମ୍ଭରେ ପ୍ରତ୍ୟେକ ବର୍ଷ ଏହି ପୂଜାର ଆୟୋଜନ କରାଯାଇଥାଏ। ଏଣୁ ମନ୍ଦିରକୁ ୧୦ ଦିନ ପାଇଁ ପର୍ଯ୍ୟଟକଙ୍କ ଦର୍ଶନ ଉପରେ ବାରଣ କରାଯାଇଥାଏ।