Odisha Link
Bridging the Missing Links in Odisha

ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ: ୨୨ ବର୍ଷ ପରେ ମାଷ୍ଟରମାଇଣ୍ଡ ବିବନ ଗିରଫ

ଭୁବନେଶ୍ୱର: କମିଶନରେଟ ପୁଲିସକୁ ବଡ ସଫଳତା। ଜାନକୀ ସରକାର ସମୟରେ ହୋଇ‌ଥିବା ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମାଷ୍ଟରମାଇଣ୍ଡ ବିବନ ବିଶ୍ବାଳକୁ ୨୨ ବର୍ଷ ପରେ ଗିରଫ କରିଛି ଓଡ଼ିଶା ପୁଲିସ। ଏନେଇ ଆଜି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ୨୨ ବର୍ଷ ତଳେ ୧୯୯୯ ମସିହା ଜାନୁଆରୀ ମାସ ୬ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଏକ କାର ଭିତରେ ଏହି ଗଣଦୁଷ୍କର୍ମ ହୋଇଥିଲା। ଏହି ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ପରେ ମୁଖ୍ୟ ଅଭିଯୁକ୍ତ ବିବନ ମହାରାଷ୍ଟ୍ର ପୁଣେରେ ନିଜର ନାମ ବଦଳାଇ ଜଳନ୍ଧର ସ୍ୱାଇଁ ରଖିଥିଲା। ସେଠାରେ ସେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା

ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ପଦିଆ ଓ ଟୁନିଆ ଗିରଫ ହୋଇଥିଲେ। ବିବନ ଧରାପଡ଼ଡ଼ିବା ପୋଲିସ ପାଇଁ ଏକ ବହୁତ ବଡ଼ ସଫଳତା। ସିବିଆଇ ଯେଉଁ କାର୍ଯ୍ୟ କରିପାରିନଥିଲା ତାହା କମିଶନରେଟ ପୋଲିସ କରିପାରିଛି ବୋଲି କମିଶନର ପ୍ରକାଶ କରିଛନ୍ତି। ଆଜି କୋର୍ଟରେ ମାଷ୍ଟରମାଇଣ୍ଡ ବିବନକୁ କମିଶନରେଟ ପୋଲିସ ହାଜର କରିବ।

Comments are closed.