ସମୟ ଦେଇନାହାନ୍ତି, ମାଗିଛି ଓଡ଼ିଶା!

ଭୁବନେଶ୍ବର: କୋଟିଆ ବିବାଦକୁ ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗରେ ନୂଆ ମୋଡ଼ ନେଇଛି। ଆନ୍ଧ୍ର ଜବାବ ପ୍ରତି ଜବାବ ପାଇଁ ରାଜ୍ୟ୪ ସପ୍ତାହା ସମୟ ମାଗିଛି। ସୁପ୍ରିମକୋର୍ଟଙ୍କ ଠାରେ ରାଜ୍ୟ ୪ ସପ୍ତାହ ସମୟ ମାଗିଥିବା ଏନେଇ ସୂଚନା ମିଳିଛି। ଆଜି ବିଧାନସଭାରେ ମୁଲତବି ଆଲୋଚନାରେ ଉତ୍ତ ଦେଇଛନ୍ତି ମନ୍ତ୍ରୀ। ଗୃହରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଲିଖିତ ଉତ୍ତର ରଖିଛନ୍ତି।
ଆନ୍ଧ୍ର ୧୭ ତାରିଖେ ସତ୍ୟପାଠ ମାଧ୍ୟମରେ ଜବାବ ଦେଇଛି। ପ୍ରତି ଜବାବ ପାଇଁ ରାଜ୍ୟ ସରାକରଙ୍କ ଓକିଲ ୪ ସପ୍ତାହ ମାଗିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ଓକିଲ କହିଥିଲେ ଯେ ସୁପ୍ରିମକୋର୍ଟ ସମୟ ଦେଇଛନ୍ତି। ଆମ ପାଖରେ ବହୁତ ଡକ୍ୟୁମେଣ୍ଟ ଥିବାରୁ ୪ ସପ୍ତାହ ସମୟ ଦେଇଥିବା କହିଥିଲେ ଓକିଲ।
ସେପଟେ କୋଟିଆକୁ ଆନ୍ଧ୍ର ନିଜର ବୋଲି ଦାବି କରୁଛି। ବିଭିନ୍ନ ସୀମାନ୍ତବର୍ତ୍ତୀ ଜିଲ୍ଲାକୁ ମାଡି ଆସୁଛି ଆନ୍ଧ୍ରପ୍ରଦେଶ। ନିକଟରେ କୋରାପୁଟର କୋଟିଆ ସମେତ ମାଲକାନଗିରି, ଗଜପତି, ଗଂଜାମ ଓ ରାୟଗଡା ଜିଲ୍ଲାର ସୀମାନ୍ତବର୍ତ୍ତୀ ଗାଁକୁ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ କରୁଛି ପଡୋଶୀ ରାଜ୍ୟ।
ଏନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲେ ବି ନିକଟରେ ଓଡିଶା ଗାଁରେ ନିର୍ବାଚନ କରି ସାରିଛି ଆନ୍ଧ୍ରପ୍ରଦେଶ। ତଥାପି ରାଜ୍ୟ ସରକାର ଚୁପ ବସିଛନ୍ତି। ଆଜିର ବିଧାନସଭାରେ ସୀମା ବିବାଦକୁ ନେଇ ମୁଲତବୀ ପ୍ରସ୍ତାବ ରଖି ମନ୍ତ୍ରୀଙ୍କ ଉତ୍ତର ଦାବି କରିଛନ୍ତି ବିରୋଧୀ।