ଦ୍ଵିତୀୟ ବିବାହ ପାଇଁ ଆତ୍ମହତ୍ୟା ଉଦ୍ୟମ, ବିଦ୍ୟୁତ ଖୁଣ୍ଟକୁ ଚଢ଼ିଲେ ୬୦ ବର୍ଷୀୟ ବୃଦ୍ଧ

ଢୋଲପୁର: ଦ୍ୱିତୀୟ ବିବାହ ପାଇଁ ଆତ୍ମହତ୍ୟା ଉଦ୍ୟମ କଲେ ବୃଦ୍ଧ। ପରିବାର ଲୋକ ଦ୍ୱିତୀୟ ବିବାହ ପାଇଁ ରାଜି ନହେବାରୁ ୬୦ ବର୍ଷୀୟ ବୟସ୍କ ବୃଦ୍ଧ ଜଣଙ୍କ ୧୧ କେଭି ବିଶିଷ୍ଟ ଏକ ବିଦ୍ୟୁତ ଖଣ୍ଟ ଉପରକୁ ଚଢ଼ିଯାଇଥିଲେ। ରବିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଢ଼ୋଲପୁର ଜିଲ୍ଲାରେ।
ସୂଚନା ମୁତାବକ, ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିବାରୁ ଅଡି ବସିଥିଲେ ଏହି ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି। ହେଲେ ପରିବାର ଲୋକେ ରାଜି ନହେବାରୁ ସେ ଧମକ ଦେବାକୁ ଯାଇ ୧୧ କେଭି ବିଦ୍ୟୁତ ଖଣ୍ଟ ଉପରକୁ ଚଢ଼ିଯାଇଥିଲେ। ୬୦ ବର୍ଷୀୟ ଏହି ସୋବରନ ସିଂହଙ୍କର ୫ ଜଣ ସନ୍ତାନ ରହିଛନ୍ତି। ସମସ୍ତେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଓହ୍ଲେଇବାକୁ ଅନୁରୋଧ କରିଥିଲେ।