Odisha Link
Bridging the Missing Links in Odisha

ଦ୍ବିତୀୟ ଟି-୨୦: ବିରାଟ-ଇଶାନ୍‌ଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ୍, ଇଂଲଣ୍ଡକୁ ୭ ଓ୍ବିକେଟରେ ହରାଇଲା ଭାରତ

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ ହୋଇଛି। ଯୁବ ବ୍ୟାଟସମ୍ୟାନ୍‌ ଇଶାନ୍‌ କିଷାନ୍‌ ଓ ବିରାଟଙ୍କ ଶାନଦାର ଅର୍ଦ୍ଧଶତକୀୟ ଇନିଂସ୍‌ ବଳରେ ଦ୍ବିତୀୟ ଟି-୨୦ରେ ବାଜି ମାରିଛି ବିରାଟ ବାହିନୀ। ୧୬୫ ରନର ବିଜୟ ଲକ୍ଷ୍ୟକୁ ଭାରତୀୟ ଦଳ ୧୮ ଓଭର ରେ ୩ ଓ୍ବିକେଟ ହରାଇ ହାସଲ କରିଛି। ୧୬୫ ରନର ବିଜୟ ଲକ୍ଷ୍ୟ ପିଛା କରି ଟିମ୍‌ ଇଣ୍ଡିଆର ଦୁଇ ଅପନର ବ୍ୟାଟସମ୍ୟାନ୍‌ କେଏଲ ରାହୁଲ ଓ ଯୁବ ବ୍ୟାଟସମ୍ୟାନ୍‌ ଇଶାନ୍‌ କିଷାନ ବ୍ୟାଟିଂ କରିବାକୁ ଆସିଥିଲେ।

ହେଲେ ପ୍ରଥମରୁ ହିଁ ଭାରତୀୟ ଦଳକୁ ଲାଗିଥିଲା ଜୋରଦାର ଝଟକା। କେଲ ରାହୁଲ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିଅନ୍‌ ଫେରିଥିଲେ। ଏହାପରେ ବିରାଟ ଓ ଇଶାନ୍‌ ଦମଦାର ଶଟ୍‌ ଖେଳି ଇଂଲଣ୍ଡ ବୋଲରକୁ ଜବରଦସ୍ତ ପ୍ରହାର କରିଥିଲେ। ପ୍ରଥମ ଇଣ୍ଟରନ୍ୟାଶନାଲ୍‌ ମ୍ୟାଚ୍‌ ଖେଳୁଥିବା ଇଶାନ୍‌ କିଷାନ ୩୨ ବଲରେ ଧୂଆଦାର ୫୬ ରନ୍‌ କରି ଆଦିଲ ରାସିଦଙ୍କ ବଲରେ ଏଲବିଡ୍ବ୍ଲୁ ଆଉଟ୍‌ ହାଇ ପ୍ୟାଭିଲିଅନ୍‌ ଫେରିଥିଲେ। ଏହାପରେ ବିରାଟଙ୍କ ସାଥ୍‌ ଦେବାକୁ ଯୁବ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ ମଇଦାନକୁ ଆସିଥିଲେ। ପନ୍ତ ଆରମ୍ଭରୁ ଆକ୍ରାତ୍ମକ ସଟ୍‌ ଖେଳିବା ଆରମ୍ଭ କରିଥିଲେ। ପନ୍ତ ମାତ୍ର ୧୩ଟି ବଲ୍‌ ଖେଳି ୨୦୦ ଷ୍ଟ୍ରାଇକ୍‌ ରେଟରେ ୨୬ ରନ୍‌ କରି କ୍ରିସ୍‌ ଜୋର୍ଡାନଙ୍କ ଶିକାର ହୋଇଥିଲେ।

ପରେ ବିରାଟଙ୍କ ଅପରାଜିତ ୬୭ ଓ ଶ୍ରେୟସଙ୍କ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ବିଜୟ ହାସଲ କରିଛି। ଏଥିସହିତ ୫ ଟିକିିଆ ମ୍ୟାଚ୍‌ ବିଶିଷ୍ଟ ସିିରିଜ ୧-୧ରେ ବରାବର ହୋଇଛି। ସିରିଜର ତୃତୀୟ ମ୍ୟାଚ୍‌ ମାର୍ଚ୍ଚ ୧୬ ତାରିଖରେ ଖେଳାଯିବ। ପ୍ରଥମେ ବିରାଟ ଟସ୍‌ ଜିତି ବୋଲିଂ ନିଷ୍ପତ୍ତିନକୁ ଭୁଲ ପ୍ରମାଣିତ କରିବାକୁ ଦେଇ ନଥିଲେ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ବର କୁମାର। ସେ ତାଙ୍କ ପ୍ରଥମ ଓଭରରେ ହିଁ ଇନଫର୍ମ ବ୍ୟାଟସମ୍ୟାନ୍‌ ଜୋସ ବଟଲରଙ୍କୁ ପ୍ୟାଭିଲିଅନ୍‌ ପଠାଇ ଇଂଲଣ୍ଡ ଦଳକୁ ପ୍ରାରମ୍ଭିକ ଝଟକା ଦେଇଥିଲେ।

ଜାସନ୍‌ ରୟ ଓ ଡେଭେଡି ମଲାନ୍‌ ଦଳୀୟ ସ୍କୋର ଆଗକୁ ବଢ଼ାଇିଲେ। ଦଳୀୟ ସ୍କୋର ୬୪ ହୋଇଥିବା ବେଳେ ଇଂଲଣ୍ଡ ଦଳକୁ ଝଟାକୁ ଦେିଥିଲେ ୟୁଜବେନ୍ଦ୍ର ଚହଲ। ଏହାପରେ ୪୬ ରନ୍‌ କରିଥିବା ଜାସନ୍‌ ରୟଙ୍କୁ ପ୍ୟାଭିଲିଅନ୍‌ ପଠାଇଥିଲେ ସୁନ୍ଦର। ପରେ ଜନ୍‌ ବେୟାରଷ୍ଟୋ ୨୦ ଓ ଇଅନ୍‌ ମୋର୍ଗାନ ୨୮ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ମ୍ୟାଚ୍‌ ଶେଷ ଆଡ଼କୁ ବଡ଼ ସଟ୍‌ ଖେଳିବାକୁ ଚେଷ୍ଟା କରି ବେନ୍‌ ଷ୍ଟୋକସ୍‌ ମାତ୍ର ୨୪ ରନ୍‌ କରି ଶାର୍ଦ୍ଦୁଲଙ୍କ ଶିକାର ହୋଇଥିଲେ। ଟିମ୍‌ ଇଣ୍ଡିଆ ପକ୍ଷରୁ ଓ୍ବାଶିଂଟନ୍‌ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁରଙ୍କୁ ୨ଓ୍ବିକେଟ ସଫଳତା ମିଳିଥିବା ବେଳେ ଭୁବେନଶ୍ବର କୁମାର ଓ ଚହଲଙ୍କୁ ଗୋେଟିଏ ଲେଖାଏଁ ଓ୍ବିକେଟ ମିଳିଥିଲା।

Comments are closed.