Odisha Link
Bridging the Missing Links in Odisha

ଟି-୨୦ରେ ବିରାଟଙ୍କ ବିଶ୍ବ ରେକର୍ଡ, ପ୍ରଥମ ଭାରତୀୟ ଅଧିନାୟକ ଭାବେ ରଚିଲେ ଇତିହାସ

ଅହମ୍ମଦାବାଦ: ପ୍ରଥମ ମ୍ୟାଚ୍‌ ହାରିବା ପରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚରେ ଦମ୍‌ଦାର୍‌ ବିଜୟ ହାସଲ କରିଛି ବିରାଟ ବାହିନୀ। ବିରାଟଙ୍କ ଶାନଦାର ଅପରାଜିତ ୭୩ ଓ ଯୁବ ବ୍ୟାଟସମ୍ୟାନ୍‌ ଇଶାନ୍‌ କିଷନଙ୍କ ଧୂଆଁଦାର ୫୬ ରନ ବଳରେ ଦ୍ବିତୀୟ ଟି-୨୦ ମ୍ୟାଚକୁ ସହଜରେ ଜିତି ନେଇଛି।

ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚରେ ବିଜୟୀ ହେବା ସହ ଅନେକ ସଫଳତା ପାଇଛନ୍ତି ଅଧିନାୟକ ବିରାଟ କୋହଲି। ଅନ୍ତରାଷ୍ଟ୍ରୀୟ ପୁରୁଷ ଟି-୨୦ କ୍ରିକେଟରେ ବିରାଟ କରିଛନ୍ତି ବିଶ୍ବ ରେକର୍ଡ। ବିରାଟ ବିଶ୍ବର ପ୍ରଥମ କ୍ରିକେଟର ଭାବେ ଅନ୍ତରାଷ୍ଟ୍ରୀୟ ଟି-୨୦ କ୍ରିକେଟରେ ୩୦୦୦ରନ୍‌ ପୂରଣ କରିଛନ୍ତି। ବିରାଟଙ୍କ ପୂର୍ବରୁ ମାତ୍ର ଦୁଇ ଜଣ ଖେଳାଳି ଟି-୨୦କ୍ରିକେଟରେ ୩୦୦୦ ରନ୍‌ ପୂରଣ କରିଛନ୍ତି। ସେ ପୁଣି ଦୁଇ ଜଣ ମହିଳା କ୍ରିକେଟର। ନ୍ୟୁଜିଲାଣ୍ଡର ସୁଜି ବଟସ୍‌ ଯିଏକି ୩୩୦୧ ରନ୍‌ କରିଛନ୍ତି। ତାଙ୍କ ପଛକୁ ଓ୍ବେଷ୍ଟଇଣ୍ଡିଜର ଷ୍ଟାଫିନା ଟେଲର ୩୦୬୨ରନ୍‌ କରିଛନ୍ତି।

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଏହି ମାଇଲଖୁଣ୍ଟ ଅତିକ୍ରମ କରିବାକୁ ବିରାଟଙ୍କୁ ଆଉ ୭୨ ରନର ଆବଶ୍ୟକତା ଥିଲା। ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଶୂନ ରନ୍‌ କରି ଆଉଟ୍‌ ହୋଇଥିବା ବିରାଟ ଦ୍ବିତୀୟ ମ୍ୟାଚରେ ଅପରାଜିତ ୭୩ରନର ଇନିଂସ୍‌ ଖେଳିଛନ୍ତି। ଯାହାଫଳରେ ବିଶ୍ବର ପ୍ରଥମ ଖେଳାଳି ଭାବେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ତାଙ୍କ ପଛକୁ ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟସମ୍ୟାନ୍‌ ମାର୍ଟିନ୍‌ ଗୁପ୍ଟିଲ ଅଛନ୍ତି। ଯିଏ ୯୯ଟି ମ୍ୟାଚ୍‌ ଖେଳି ୨୮୩୯ ରନ୍‌ କରିଛନ୍ତି। ଏହାପଛକୁ ୧୦୯ ମ୍ୟାଚ୍‌ ଖେଳି ୨୭୭୩ ରନ୍‌ କରିଛନ୍ତି ରୋହିତ ଶର୍ମା।

ଏଥିସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲି ୧୨ ହଜାର ରନ ପୂରଣ କରିବାରେ ଭାରତର ପ୍ରଥମ ଓ ବିଶ୍ବରେ ତୃତୀୟ ଅଧିନାୟକ ହୋଇଛନ୍ତି। ତାଙ୍କ ଆଗରେ ବର୍ତ୍ତମାନ ରିକି ପଣ୍ଟିଂ ଓ ଗ୍ରେମ ସ୍ମିଥ୍ ରହିଛନ୍ତି।

Comments are closed.