Odisha Link
Bridging the Missing Links in Odisha

କରୋନା ଟିକା ନେବାର ୩ ଦିନ ପରେ ପଜିଟିଭ ଚିହ୍ନଟ ହେଲେ ମନ୍ତ୍ରୀ

ଗୁଜୁରାଟ: ଦେଶରେ କିଛି ସ୍ଥାନରେ ମହାମାରୀ କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ଦେଖତବାକୁ ମିଳଛି। ଏସବୁ ମଧ୍ୟରେ ଦେଶରେ ଜୋରଦାର ଚାଲିଛି ଟିକା କରଣ ପ୍ରକ୍ରିୟା। ଏପର୍ଯ୍ୟନ୍ତ ପାଖାପାଖି ୩ କୋଟି ଲୋକ କରୋନା ଡୋଜ ନେଇଥିବା ସୂଚନା ରହିଛି ।ଏହାରି ମଧ୍ୟରେ ଆସିଛି ଏକ ଖବର ଯାହା ଆପଣଙ୍କ ପାଇଁ ଜରୁରୀ।

କିଛିଦିନ ତଳେ ରାଉରକେଲାର ଜଣେ କରୋନା ଟିକା ନେଇ ସାରିବା ପରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏବେ ଗୁଜୁରାଟର ଜଣେ ମନ୍ତ୍ରୀ ଟିକା ନେବାର ୩ଦିନ ପରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଟିକା ନେବା ସତ୍ତ୍ୱେ ମନ୍ତ୍ରୀ ଇଶ୍ୱରସିଂହ ପଟେଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଟିକା ନେବା ସତ୍ତ୍ୱେ ମନ୍ତ୍ରୀ ଇଶ୍ୱରସିଂହ ପଟେଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ମନ୍ତ୍ରୀ ଇଶ୍ୱର ସିଂହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ତାଙ୍କ କରୋନ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ସେ ଅପିଲ କରିଛନ୍ତି। ଯେଉଁମାନେ ଗତ କିଛି ଦିନ ହେବ ତାଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ସେ ନିବେଦନ କରିଛନ୍ତି।

Comments are closed.