Odisha Link
Bridging the Missing Links in Odisha

ରାଜଧାନୀରେ ମାତିଛନ୍ତି ହେଲମେଟ୍‌ ଲୁଟେରା, ଟାର୍ଗେଟରେ ପ୍ରେମୀ ଯୁଗଳ

ଭୁବନେଶ୍ବର: ରାଜ୍ୟରେ ଡବଲ ହେଲମେଟ୍‌ କଟକଣା ଲାଗୁ ହୋଇଛି। ଯିଏ କଟକଣାକୁ ଅବମାନନା କରୁଛନ୍ତି ସେମାନେ ଦେଉଛନ୍ତି ମୋଟା ଅଙ୍କର ତଣ୍ଡ। ପୁଲିସର କଡ଼ା ଚେକିଂ ପାଇଁ ଏବେ ସମସ୍ତେ ସଚେତନ ହେବା ସହିତ ଡବଲ ହେଲମେଟ୍‌ ବ୍ୟବହାର କରୁଛନ୍ତି। ଯାହାଫଳରେ ହେଲମେଟ୍‌ ବେପାରୀଙ୍କ ବେପାର ବେଶ୍‌ ଭଲ ଚାଲଛି। ହେଲେ ତାଠୁ ବେଶି ହେଲମେଟ୍‌ ଚୋରି ହେଉଥିବା ଖବର ଏବେ ଚର୍ଚ୍ଚାରେ।

ବଜାରରେ ଚୋରା ହେଲମେଟ୍‌ ବେପାର ଏବେ ଜୋରଦାର ଚାଲିଛି। ରାଜଧାନୀର ରାସ୍ତା ଗଳି କନ୍ଦିରେ ଏବେ ଛତୁ ଫୁଟିଲା ଭଳି ମାଳ ମାଳ ହେଲମେଟ୍‌ ଦୋକାନ। ଏପରିକି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବେପାରୀ ମାନେ ଭଳିକି ଭଳି ଡାକ ଛାଡ଼ୁଛନ୍ତି। ହେଲମେଟ୍‌ ନିଅନ୍ତୁ ହେଲମେଟ୍…ହେଲମେଟ୍‌ ଯୋଡ଼ାକୁ ୪ଶହ ଟଙ୍କା। ହାଫ୍‌ଠୁ ଆରମ୍ଭ କରି ଫୁଲ୍‌ ଲେଡିଜଠୁ ଆରମ୍ଭ କରି ଜେଣ୍ଟସ୍‌ ପର୍ଯ୍ୟନ୍ତ ସବୁ ହେଲମେଟ୍‌ ଅଛିି ଆଜ୍ଞା ହେଲମେଟ୍‌ ନିଅନ୍ତୁ। ଏଭଳି ଭଳିକି ଭଳି ଡାକ ଛାଡ଼ି ବାଣୀବିହାର ଛକର ରାସ୍ତା କଡ଼ରେ ହେଲମଟ୍‌ ବେପାର କରୁଛନ୍ତି ବେପାରୀ। ସବୁଠୁ ବଡ଼କଥା ହେଲା ଏତେ ଶସ୍ତାରେ ହେଲମେଟ୍‌ ବିକ୍ରି ହେଉଥିବା ଦେଖି ବାଟରେ ଯାଉଥିବା ଲୋକେ ଭଲମନ୍ଦ ନବୁଝି କିଣି ନେଉଛନ୍ତି। ହେଲେ ସେମାନେ ଚୋରା ହେଲମେଟ୍‌ କିଣୁଛନ୍ତି ତାହା ଜାଣିି ପାରୁନାହାନ୍ତି।

ରାଜଧାନୀରେ ଦିନକୁ ପ୍ରାୟ ୧୫୦ରୁ ଅଧିକା ହେଲମେଟ୍‌ ଚୋରି ହେଉଛି। ଯାହା ଶେଷରେ ଆସି ରାସ୍ତାକଡ଼ରେ ବିକ୍ରି ହେଉଥିବା ହେଲମେଟ୍‌ ବେପାରୀଙ୍କ ପାଖରେ ପହଁଞ୍ଚୁଛି। ଅଧିକାରୁ ଅଧିକ ଲୋକ ହେଲମେଟ୍‌ ଚୋରିହେଲେ ଥାନାରେ ଅଭିଯୋଗ କରୁନାହାନ୍ତି। ଯଦି କିଏବା କଲା ପୁଲିସ୍‌ ଏତଲା ରଖୁନି। ଯାହାର ଭରପୂୁର ଫାଇଦା ଉଠାଉଛନ୍ତି ହେଲମେଟ୍‌ ଚୋର।

ହେଲମେଟ୍‌ ଚୋରଙ୍କ ନଜର ଏବେ ବିଭିନ୍ନ ପାର୍କ, ହୋଟେଲ ଏବଂ ଧର୍ମାନୁଷ୍ଠାନ ଉପରେ। ବିଶେଷକରି ଚୋରଙ୍କ ଟାର୍ଗେଟରେ ଯୁବ ଗୋଷ୍ଠୀ, ପ୍ରେମୀ ଯୁଗଳ। ବିଶେଷ କରି ଯୁବଗୋଷ୍ଠୀ ମାନେ ୨ଟି ହେଲମେଟ୍‌ ରଖିବା ପାଇଁ ଅସୁବିଧା ହେଉଥିବାରୁ ନିଜ ବାଇକ୍‌ ଉପରେ ହିଁ ହେଲମେଟ୍‌ ରଖି ଦେଇ ଯାଆନ୍ତି। ଯାହାର ଭରପୂର ଫାଇଦା ଉଠାଉଛନ୍ତି ହେଲମେଟ୍‌ ଚୋର। ଅପରପକ୍ଷେ ହେଲମେଟ୍‌ ଚୋରି କ‌ଥା ଲୋକେ ପୁଲିସକୁ ଜଣାଇଲେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ଲୋକେ ଅଭିଯୋଗ ଆଣଛନ୍ତି।

Comments are closed.