Odisha Link
Bridging the Missing Links in Odisha

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର: ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ନେତୃବୃନ୍ଦଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଉପସ୍ଥିତ ରହିଛନ୍ତି।

ଆଜି ବିମାନବନ୍ଦରରୁ ଆସିବା ପରେ ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବେ। ଏହାପରେ ଆସନ୍ତାକାଲି ସେ ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଅତିଥି ଭାବେ ଯୋଗ ଦେବେ। ସେହିପରି ରାଷ୍ଟ୍ରପତି ପୁରୀ ଜଗନ୍ନାଥ ମନ୍ଦିର, କୋଣାକ ସୂର୍ଯ୍ୟ ମନ୍ଦିର ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି।

Comments are closed.