Odisha Link
Bridging the Missing Links in Odisha

ଆଲିଆ ଭଟ୍ଟଙ୍କୁ କରୋନା

ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି

ମୁମ୍ବାଇ: ଦେଶରେ ବିଗତ କିଛି ଦିନ ହେବ ମହାମାରୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଆଲିଆ ସୋସିଆଲ ମିଡିଆରେ କହିଛନ୍ତି ଯେ, କରୋନା ପଜିଟିଭ ଚିହ୍ନଟ ହୋଇଛି। ଏବେ ନିଜ ଘରେ ଏକାନ୍ତବାସରେ ରହିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସମସ୍ତ ପ୍ରକାର ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି।

ସୂଚନାଥାଉକି, ଗତ ମାସରେ ଆମୀର ଖାନ୍‌, ଆର୍‌ ମାଧବନ, କାର୍ତ୍ତିକ ଆର୍ଯ୍ୟନ, ପରେଶ ରାୱଲ ଓ ସତୀଶ କୌଶକ ପ୍ରମୁଖ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେଶ କରୋନା ଟିକାର ପ୍ରଥମ ଡୋଜ୍ ନେବାର ଦୁଇ ସପ୍ତାହ ପରେ ଏଥିରେ ଆକ୍ରାନ୍ତ ହୋଇଥିଲେ।

Comments are closed.