Odisha Link
Bridging the Missing Links in Odisha

‌ଆସନ୍ତାକାଲି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

ଭୁବନେଶ୍ୱର: ‌ଆସନ୍ତାକାଲି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି। ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ସେ କାଲି ୧୧ଟା ୨୦ ମିନିଟରେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ସ୍ୱାଗତ କରିବା ପରେ ସେ ରାଜଭବନ ଯିବେ।

ରାଜଭବନରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରିବେ। ଏହାପରେ ସେ ଅପରାହ୍ନ ୪ଟା ୪୫ରେ ରାଜପଥ ଜରିଆରେ କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରଳା ଭବନରେ ପହଞ୍ଚି ସେଠାରେ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମଜୟନ୍ତୀ ଉତ୍ସବରେ ଯୋଗଦେବେ। ଏହା ପରେ ସନ୍ଧ୍ୟା ୬.୩୦ ସମୟରେ ରାଜଭବନ ଫେରି ରାତ୍ରିଯାପନ କରିବେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ।

ଆସନ୍ତା ୩ତାରିଖ ଦିନ ୧୦ଟା ୧୦ ସମୟରେ ରାଜଭବନରୁ ବାହାରି ଉପରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ଏଥିପାଇଁ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ କାରକେଡ଼ ରିହଲସଲ କରାଯାଇଛି।

Comments are closed.