Odisha Link
Bridging the Missing Links in Odisha

ଓଡ଼ିଶାରେ ପହଁଞ୍ଚିଲେ ଉପରାଷ୍ଟ୍ରପତି

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ସ୍ବାଗତ କଲେ

ଭୁବନେଶ୍ବର: ଓଡ଼ିଶାରେ ପହଁଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିଛନ୍ତି ଶ୍ରୀ ନାିଡୁ। ତାଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ।

ବିମାନବନ୍ଦରରୁ ସିଧା ରାଜଭବନ ଯାଇଛନ୍ତି ଉପରାଷ୍ଟ୍ରପତି। ରାଜଭବନରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନରେ କଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ବିଜୁ ପଟ୍ଟନାୟକ ଛକରେ ଥିବା ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିସହ ଶାରଳା ସାହିତ୍ୟ ସଂସଦର ୪୦ତମ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ। ଏହାପରେ ଭୁବନେଶ୍ୱର ଫେରି ରାଜଭବନରେ ରାତ୍ରିଯାପନ କରିବେ।

ସୂଚନାଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ୱିନ୍ ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Comments are closed.