ବିଧାନସଭା: ଧାରଣାରୁ ଉଠିଲେ ବିଜେପି ବିଧାୟକ
ବାଚସ୍ପତି ଅନ୍ୟ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି: ମୋହନ ମାଝୀ

ଭୁବନେଶ୍ବର: ଧାରଣାରୁ ଉଠିଲେ ବିଜେପି ବିଧାୟକ। ବିଧାନସଭାର ଗାନ୍ଧିମୂର୍ତ୍ତି ତଳେ ରାତି ସାରା ଧାରଣା ଦେବା ପରେ ରବିବାର ସକାଳ ୧୦ଟାରେ ଧାରଣାରୁ ଉଠିଲେ ବିଜେପି ବିଧାୟକ। ଏନେଇ ବିରୋଧୀ ଦଳନେତା ପ୍ରଦୀପ୍ତ ନାଏକ ସୂଚନା ଦେଇଛନ୍ତି। ବିଧାନସଭାରୁ ୩ ବିଜେପି ବିଧାୟକଙ୍କୁ ନିଲମ୍ବନ ମାମଲାରେ ଧାରଣାରେ ବସିଥିଲେ ବିଜେପି ବିଧାୟକ।
ମିଳିଥିବା ସୂଚନା ମୁତାବକି ଧାରଣାରେ ବସିଥିବା ବିଜେପି ବିଧାୟକ ମାନେ ଆଉ କିିଛି ସମୟ ପରେ ସାମ୍ବାଦିକ ସମ୍ମିଳନୀ କରିବେ। ଅପରପକ୍ଷେ ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବେ ବିଜେପି ସଦସ୍ୟ ବୋଲି ସୂଚନା ରହିଛି।
ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବାଚସ୍ପତି ଅନ୍ୟ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ବାଚସ୍ପତି ନିରପେକ୍ଷତା ଅବଲମ୍ବନ କରନ୍ତୁ ଓ ତୁରନ୍ତ କ୍ଷମା ମାଗନ୍ତୁ। ଆଗକୁ ଗୃହ ଠିକ୍ରେ ଚଳାଇବାକୁ ଏବେଠୁ ପଦକ୍ଷେପ ନିଅନ୍ତୁ।