Odisha Link
Bridging the Missing Links in Odisha

ଶେଷ ହେଲା ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ବର:  ଆଜି ବିଧାନସଭାର ବଜେଟ୍ ଅଧିବେଶନ ଶେଷ ହୋଇଛି। ୫ଟି କାର୍ଯ୍ୟଦିବସ ପୂର୍ବରୁ ଆଜି ବିଧାନସଭା ବଜେଟ୍ ଅଧିବେଶନକୁ ଶେଷ କରିଦିଆଯାଇଛି । ତେବେ ଏହି ଅଧିବେଶନରେ ମୋଟ ୨୬ଟି ବୈଠକ ବସିଥିଲା। ଯେଉଁଥିରେ ସମୁଦାୟ ୯ଟି ବିଲ୍ ପାରିତ ହୋଇଥିଲା।

ଏଥିସହିତ ଏହି ଅଧିବେଶନରେ ଉଭୟ ଶାସକ ଓ ବିରୋଧୀଙ୍କ ହଙ୍ଗାମା ଦେଖିଥିଲା ବିଧାନସଭା। ବିଧାୟକଙ୍କ ସାନିଟାଇଜର ପିଇବା ପ୍ରସଙ୍ଗ, ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଗୃହ କମ୍ପିଥିଲା । ଚଳିତ ଅଧିବେଶନରେ ଗୃହରେ ତମାମ ଗୁରୁତ୍ୱପୂଣ୍ଣ ବିଲ୍ ମଧ୍ୟ ଆସିଥିଲା।

ଚଳିତ ଆର୍ଥିକ ବର୍ଷର ବଜେଟ୍ ସହ ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ୍, ସମିତି ପଞ୍ଜୀକରଣ ସଂଶୋଧନ ବିଲ୍, ବ୍ୟୟ ମଞ୍ଜୁରୀ ବିଲ୍ ଭଳି ୯ଟି ଗୁରୁତ୍ୱପୂର୍ଣ୍ଣ ବିଧାନସଭାରେ ପାରିତ ହୋଇଥିଲା।