Odisha Link
Bridging the Missing Links in Odisha

କରୋନା ଯୋଦ୍ଧାଙ୍କୁ କରୋନା, କ୍ୟାପିଟାଲ ହସ୍ପିଟାଲର ୨ ଜଣ ଡାକ୍ତର ପଜିଟିଭ୍‌ ଚିହ୍ନଟ

୨ ଡାକ୍ତରଙ୍କ ହେବ ଆରଟିପିିସଆର ଟେଷ୍ଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବିଗିଡ଼ିବାରେ ଲାଗିଛି କରୋନା ସ୍ଥିତି। ଦିନକୁ ଦିନ କରୋନା ମାମଲା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ କରୋନା ଯୋଦ୍ଧାଙ୍କୁ କରୋନା ହୋଇଛି। ଆଗଧାଡ଼ିର କରୋନା ଯୋଦ୍ଧା ତଥା  କ୍ୟାପିଟାଲ ହସ୍ପିଟାଲର ୨ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ଲୋକଙ୍କ ମନରେ ଛନକା ପଶି ଯାଇଛି। 

ମିଳିଥିବା ସୂଚନା ମୁତାବିକ, କ୍ୟାପିଟାଲ ହସ୍ପିଟାଲର ଜଣେ ଶଲ୍ୟ ଓ ଅନ୍ୟ ଜଣେ ଭେଷଜ ବିଭାଗର ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଡାକ୍ତରଙ୍କ ପଜିଟିଭ ରିପୋର୍ଟ ଆଣ୍ଟିଜେନ ଟେଷ୍ଟରୁ ଜଣାପଡ଼ିଛି। ଏବେ ଏହି ଦୁଇ ଡାକ୍ତରଙ୍କ ଆରଟିପିସିଆର ଟେଷ୍ଟ କରାଯିବ ବୋଲି ସୂଚନା ରହିଛି। ଅପରପକ୍ଷେ କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ବିଭାଗ, ଓ୍ବାର୍ଡ ଆଦିକୁ ସାନିଟାଇଜ କରାଯିବ ବୋଲି ସୂଚନା ରହିଛି। 

ସୂଚନାଥାଉକି, ଗତ ୨୪ ଘଣ୍ଟା ମଧ୍ୟରେ ୧୨୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୨୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୬୮୦୮ରେ ପହଞ୍ଚିଛି।