Odisha Link
Bridging the Missing Links in Odisha

ଘୁଞ୍ଚିବ ନାହିଁ ମାଟ୍ରିକ୍‌ ଓ +୨ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ୍‌ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ। ମାଟ୍ରିକ୍‌ ଓ +୨ ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ପରୀକ୍ଷା ପାଇଁ ଅଧିକ କେନ୍ଦ୍ରକରାଯିବ ଏଥିସହ ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ସେ ନେଇ କିଛି ସ୍ଥିର ହୋଇ ନାହିଁ। ଯେହେତୁ ନବମ କ୍ଲାସ୍‌ ବନ୍ଦ ରହିଛି, ପରୀକ୍ଷା କଥାସ୍ଥିର ହୋଇ ନାହିଁ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।