Odisha Link
Bridging the Missing Links in Odisha

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କୀ ନିହତ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର। ଦକ୍ଷିଣ କଶ୍ମୀର ଅନ୍ତର୍ଗତ ଶୋପିଆଁ ଏବଂ ପୁଲ୍‌ଓ୍ଵାମା ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଦୁଇ ପୃଥକ୍‌ ‘ଏନ୍‌କାଉଣ୍ଟର୍‌’ରେ ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଚାରିଜଣ ଯବାନ ଆହତ ହୋଇଥିବାର ଜଣାପଡିଛି।

ଗୁରୁବାର ସନ୍ଧ୍ୟାରେ ଶୋପିଆଁ ସହରରେ ହୋଇଥିବା ଗୁଳିବିନିମୟ ଘଟଣାରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆତଙ୍କବାଦୀ ଜନ୍‌ ମୋହଲ୍ଲାସ୍ଥିତ ଆଞ୍ଚଳିକ ମସ୍‌ଜିଦ୍‌ରେ ଆତ୍ମଗୋପନ କରିଥିବା ଜଣାପଡୁଛି। ଜଣେ ସେନା ଅଧିକାରୀଙ୍କ ସମେତ ସେନାର ଚାରିଜଣ ସୈନିକ ଏହି ‘ଏନ୍‌କାଉଣ୍ଟର୍‌’ରେ ଆହତ ହୋଇଛନ୍ତି।

ଆଜି ବଡ଼ି ଭୋର୍‌ରୁ ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ତ୍ରାଲ୍‌ ଅଞ୍ଚଳରେ ଦ୍ୱିତୀୟ ‘ଏନ୍‌କାଉଣ୍ଟର୍‌’ ଆରମ୍ଭ ହୋଇଛି। ସେଠାରେ ଦୁଇତିନିଜଣ ଆତଙ୍କବାଦୀ ଛପି ରହିଥିବା ଅନୁମାନ କରାଯାଉଛି। ସତର୍କତାମୂଳକ ପଦକ୍ଷେପସ୍ୱରୂପ ଉଭୟ ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ସେବା କାଟି ଦିଆଯାଇଛି।

Leave A Reply

Your email address will not be published.