ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ଶୋକ ପ୍ରକାଶ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ବର: କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତ ଯେ, ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ଦୁଃଖଦ ସମୟରେ ଶୋକସନ୍ତପ ପରିବାରକୁ ମୋର ସମବେଦନା। କେବଳ ମୁଖ୍ୟମନ୍ତ୍ରୀ ନୁହେଁ ରାଜ୍ୟପାଳଙ୍କ ସହ ଆହରୁ ଅନେକ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି।
କଂଗ୍ରେସ ନେତା ତାରା ବାହିନୀପତି, ରମେଶ ଜେନା, ପ୍ରଦୀପ ମାଝି, ରଞ୍ଜିବ ବିଶ୍ୱାଳ, ବିଜେଡି ସାଂସଦ ମୁନ୍ନା ଖାଁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହା ବିଶ୍ୱାସ ନକରିବା ଭଳି ଖବର। ଅଜିତ ଭାଇ ମୋର ଜଣେ ବନ୍ଧୁ ଥିଲେ। ସେ ଜଣେ ଭଲ ସାମାଜିକ କର୍ମୀ ମଧ୍ୟ ଥିଲେ।
ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଅଜିତ ମଙ୍ଗରାଜତଙ୍କ ଦେହାନ୍ତରେ କଂଗ୍ରେସ ଦଳ ଓ ନେତା ମର୍ମାହତ । ଅଜିତ ଜଣେ ମିଷ୍ଠାଭାଷୀ, ପରିଶ୍ରମୀ ଓ ଦୃଢ ସଂଗଠକ। ପିଲିଲି ଅଞ୍ଚଳରେ ଲୋକ ପ୍ରିୟ ଥିଲେ ଅଜିତ। ଅଜିତ ମଙ୍ଗରାଜଙ୍କ ଶୋକସନ୍ତପ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ।
ଆଜି ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି। କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ। ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଅଜିତଙ୍କ ଚାଲିଥିଲା ଚିକିତ୍ସା। ଖବର ପାଇ ଆପୋଲ ହସ୍ପିଟାଲରେ କଂଗ୍ରେସର ବରିଷ୍ଠ ନେତା ପହଞ୍ଚିଥିଲେ।