Odisha Link
Bridging the Missing Links in Odisha

ଆଧୁନିକ ଭାରତ ଗଠନରେ ବାବା ସାହେବଙ୍କ ଅବଦାନ ଅତୁଳନୀୟ: ସମୀର

ଭୁବନେଶ୍ୱର: ଭାରତରତ୍ନ ବାବାସାହେବ ଡା. ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜନ୍ମ ଜୟନ୍ତୀ ରାଜ୍ୟବ୍ୟାପୀ ପାଳନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଏଜି ଛକରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ରାଜ୍ୟ ପଦାଧିକାରୀମାନେ ବାବାସାହେବଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଜଂଳୀ ଅର୍ପଣ କରିଛନ୍ତି। ପରେ ରାଜ୍ୟକାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀମାନେ ବାବାସାହେବଙ୍କ ଫଟୋରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।

ବାବା ସାହେବ ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଆଧୁନିକ ଭାରତ ଗଠନରେ ତାଙ୍କ ଅବଦାନ ଏବଂ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ବାବାସାହେବ କେବଳ ସମାଜର ଅନ୍ତିମ ଧାଡିରେ ଥିବା ଲୋକଙ୍କ କଲ୍ୟାଣ ପାଇଁ ଯେ ଚିନ୍ତାକରୁଥିଲେ ତା’ନୁହେଁ ସମାଜରେ ସମାନତା, ସାର୍ବଭୌମତ୍ୱ, ଓ ମହିଳା ସଶକ୍ତିକରଣ ଭଳି ବହୁବିଧ ଓ ବହୁ ଆୟାମୀ ଜନକଲ୍ୟାଣକାରୀ ବ୍ୟବସ୍ଥା ସମ୍ବିଧାନରେ ଯୋଡି ଭାରତୀୟ ଗଣତବକୁ ସଶକ୍ତ ତଥା ବଳିଷ୍ଠ କରିଥିଲେ । ସେଥିମଧ୍ୟରୁ ସମସ୍ତଙ୍କ ପାଇଁ ଶିକ୍ଷା, ମହିଳାମାନଙ୍କ ମାତୃତ୍ୱ କାଳିନ ସବେତନିକ ଛୁଟି ବ୍ୟବସ୍ଥା, ଶ୍ରମିକ ମାନଙ୍କ ପାଇଁ ଗୋଟିଏ ଦିନ ଅର୍ଥାତ ୮ ଘଣ୍ଟା ସମୟକୁ ହିଁ ଦିନକର ମଜୁରୀ ବ୍ୟବସ୍ଥା ଆଦି ସେ କରିଥିଲେ।

ସେ ଏକାଧାରରେ ‘ଶିକ୍ଷା ସଂର୍ଘଷ ତଥା ସଂଗଠନ’ ଭଳି ସ୍ଲୋଗାନ ପ୍ରବର୍ତନ କରି ସମାଜକୁ ଏକ ନୂଆ ଦିଗ୍‌ଦର୍ଶନ ଦେଇଥିଲେ। ଆମ୍ବେଦକରଙ୍କ ପାଇଁ ଦେଶର ଶୋଷିତ, ଦଳିତ, ଆଦିବାସୀ ମହିଳା, ଦରିଦ୍ର ସମସ୍ତେ ନ୍ୟାୟ ପାଇବାକୁ ସମର୍ଥ ହୋଇଛନ୍ତି ବୋଲି ବିଜେପ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି। ବାବାସାହେବ ଆମ୍ବେଦକର ଭାରତବର୍ଷର ଅମୂଲ୍ୟ ରତ୍ନ ଥିଲେ। ତାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସମ୍ବିଧାନର ଅନେକ ଗୁଡ଼ିଏ ଦିଗ ରହିଛି। ତାଙ୍କର ବିଭିନ୍ନ ସାମାଜିକ ଓ ରାଜନୈତିକ ଦିଗ ଉପରେ ଦୃଷ୍ଟିକୋଣ ଆଜି ବି ଉପଯୋଗୀ।

ଭାରତରତ୍ନ ବାବାସାହେବଙ୍କ ଜୀବନ ଗରିବ, ବଂଚିତ, ନିଷ୍ପେସିତ ଏବଂ ଆର୍ôଥକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତଥାନ ଏବଂ ସଶକ୍ତିକରଣ କରିବାରେ ସମର୍ପିତ ରହିଥିଲା। ଆମେ ସମସ୍ତେ ବାବାସାହେବଙ୍କ ସାମାଜିକ ସମରସତାରେ ପ୍ରେରିତ ଏବଂ ତାଙ୍କ ସ୍ୱପ୍ନର ଭାରତ ନିର୍ମାଣ ପାଇଁ କଟିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଜି ସଂଧ୍ୟାରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ ୧୩୦ଟି ଦୀପ ଲଗାଇ ୧୩୦ତମ ଜୟନ୍ତୀ ରେ ବାବାସାହେବଙ୍କୁ ଶ୍ରଦ୍ଧାଜଂଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ବିଧାୟକ ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସମେତ ବିଜେପି କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.